www.samajalive.in
Sunday, December 7, 2025
14.1 C
Bhubaneswar

ମିନି ମୁନ୍‌‌ ର ଖୋଲିଲା ରହସ୍ୟ

ୱାଶିଂଟନ: ବୈଜ୍ଞାନିକମାନେ ୮ବର୍ଷ ପୂର୍ବେ ମହାକାଶରେ ଏକ ରହସ୍ୟମୟ ଜିନିଷ ଠାବ କରିଥିଲେ। ଯାହା ପୃଥିବୀ ସହିତ ସୂର୍ଯ୍ୟଙ୍କ ଚାରିପଟେ ମଧ୍ୟ ଘୂରି ବୁଲୁଥିଲା। ଏହି ରହସ୍ୟ ଉପରୁ ପରଦା ହଠାଇବା ସହ ଏହି କ୍ଷୁଦ୍ରଗ୍ରହ ସମ୍ପର୍କରେ ଅଧିକ ସନ୍ଧାନ ପାଇଛନ୍ତି ବୈଜ୍ଞାନିକ। ଜ୍ୟୋତିର୍ବିଜ୍ଞାନୀ ମାନେ ବିଶ୍ୱାସ କରୁଛନ୍ତି ଯେ ଚନ୍ଦ୍ରର ଏହା ଏକ ଅଂଶ ହୋଇପାରେ। କେବଳ ଏତିକି ନୁହେଁ ଯେଉଁ ସ୍ଥାନରୁ କ୍ଷୁଦ୍ର ଗ୍ରହଟି ଅଲଗା ହୋଇ ବାହାରକୁ ଆସିଛି ସେହି ସ୍ଥାନକୁ ମଧ୍ୟ ଠାବ କରାଯାଇଛି। ବର୍ତ୍ତମାନ ଏହି କ୍ଷୁଦ୍ର ଖଣ୍ଡକୁ ମିନି ମୁନ୍‌‌ ବୋଲି କୁହାଯାଉଛି। ଜ୍ୟୋତିର୍ବିଜ୍ଞାନ ପତ୍ରିକାରେ ଏପ୍ରିଲ୍‌‌ ୧୯ରେ ପ୍ରକାଶିତ ରିପୋର୍ଟ ଅନୁସାରେ ପୃଥିବୀ ନିକଟର ରହିଥିବା ଏହି କ୍ଷୁଦ୍ରଗ୍ରହ ମହାକାଶରେ ଚନ୍ଦ୍ର ସହିତ ଏକ ପଥରର ଧକ୍କା ହେତୁ କାମୋଲେୱା ସୃଷ୍ଟି ହୋଇଥାଇପାରେ।
ଅନୁସନ୍ଧାନକାରୀ ମାନେ କହିଛନ୍ତି ଯେ କାମୋଲେୱା ଠାରୁ ପ୍ରତିଫଳିତ ହେଉଥିବା ଆଲୋକ ଚନ୍ଦ୍ରରେ ନଷ୍ଟ ହୋଇଥିବା ଚନ୍ଦ୍ର ପଥର ସହିତ ମେଳ ଖାଉଛି। ଏହାର ଆକାର, ବୟସ ଆଦି ୨୨କିଲୋମିଟର ଚଉଡା ଜିଆର୍ଡାନୋ ବ୍ରୁନୋ କ୍ରେଟର ସହିତ ମିଶିଯାଉଛି। ଯାହା ଚନ୍ଦ୍ର ଠାରୁ ଦୂରରେ ଅବସ୍ଥିତ। ଚୀନ୍‌‌ ୨୦୨୫ରେ ଏହି କ୍ଷୁଦ୍ରଗ୍ରହକୁ ଏକ ସ୍ପେସ୍‌‌ ମିଶନ୍‌‌ ପଠାଇ ନମୁନା ଆଣିବାକୁ ଯୋଜନା କରୁଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories