www.samajalive.in
Saturday, December 13, 2025
26.1 C
Bhubaneswar

କଲ୍ୟାଣସିଂହପୁରରେ ବାରମ୍ବାର ବିଦ୍ୟୁତ କାଟ, ଜନ ଅସନ୍ତୋଷ ବୃଦ୍ଧି

କଲ୍ୟାଣସିଂହପୁର: ରାୟଗଡା ଜିଲା ଡିଭିଜନ ଥେରୁବାଲି ସବ ଡିଭିଜନ ଶିକରପାଇ ସେକ୍ସନ ଓ କଲ୍ୟାଣସିଂହପୁର ସେକ୍ସନ ଉପରେ ନିର୍ଭର କରୁଥିବା ବିଦ୍ୟୁତ ଉପଭୋକ୍ତା ବାରମ୍ବାର ବିଦ୍ୟୁତ କାଟ ହେବା ଦ୍ୱାରା ନାନା ପ୍ରକାର ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି । ମେଘୁଆ ପାଗ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସକାଳେ, ମଧ୍ୟାହ୍ନରେ, ସନ୍ଧ୍ୟାରେ ଓ ରାତ୍ରୀରେ ବାରମ୍ବାର ବିଦ୍ୟୁତ ଲୁଚକାଳି ଖେଳ ଖେଳିବା ପରି ହେଉଛି । ସନ୍ଧ୍ୟାରେ ପିଲାମାନେ ପାଠ ପଢିବା ପାଇଁ ନାନା ପ୍ରକାର ଅସୁବିଧା ଭୋଗୁଛନ୍ତି । ବିଦ୍ୟୁତ ବିଭାଗୀୟ କର୍ମଚାରୀମାନେ ଏଠାରେ ତାଙ୍କ ମନ ଇଛା କାର୍ଯ୍ୟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସାମାନ୍ୟ ବର୍ଷା ପବନ ଆସିଲେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ଦିଆଯାଉଛି । ଯଦି ହିତାଧିକାରୀମାନେ ବିଦ୍ୟୁତ ବିଭାଗର କର୍ମଚାରୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରି ବିଦ୍ୟୁତ କାହିଁକି କଟିଛି ବୋଲି ପଚାରିବାକୁ ଚାହିଁଲେ ଅନେକ ସମୟରେ ଫୋନ ବନ୍ଦ ଥିବା ଆଉ କେତେବେଳେ ଫୋନ୍‌ ଉଠାଉ ନଥିବା ହିତାଧିକାରୀଙ୍କଠାରୁ ଶୁଣିବାକୁ ମିଳୁଛି ।

ବାରମ୍ବାର ଏପରି ବିଦ୍ୟୁତ କାଟ ହେବା ଫଳରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜକୁ ପାଖାପାଖି ୧୫/୨୦ ଦିନ ହେବ ବାରମ୍ବାର ବିଦ୍ୟୁତ କାଟ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବର୍ଷା ନାହିଁ କି ପବନ ନାହିଁ କରେଣ୍ଟ ରହୁନାହିଁ କଣ ପାଇଁ ବୋଲି ଜନ ସାଧାରଣ ପ୍ରଶ୍ନ କରିଛନ୍ତି। ତାପମାତ୍ରା ବୃଦ୍ଧି ସାଙ୍ଗକୁ ବାରମ୍ବାର ବିଦ୍ୟୁତ କାଟ ହେଉଥିବାରୁ ଗରମ ସମ୍ଭାଳି ନ ପାରି ଲୋକମାନେ ଗଛ ମୂଳକୁ ଯାଇ ଆଶ୍ରୟ ନେଉଛନ୍ତି। ଏଥି ସହିତ ରାତ୍ରି ସମୟରେ ଗରମରେ ଛଟ ପଟ ହୋଇ ରହୁଥିବା ଜଣାପଡ଼ିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories