www.samajalive.in
Monday, December 8, 2025
24.1 C
Bhubaneswar

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟlୟ ନିର୍ବାଚନ, ସୁରକ୍ଷାରେ ୩୩ ହଜାର ପୁଲିସ କର୍ମଚାରୀ

ଡେସ୍କ: ଓଡିଶାରେ ଦ୍ଵିତୀୟ ପର୍ଯ୍ୟlୟ ସାଧାରଣ ନିର୍ବାଚନ ଆଜି ଅନୁଷ୍ଠିତ ହେଉଛି। ଏହି ପର୍ଯ୍ୟlୟକୁ ଶାନ୍ତି ଶୃଙ୍ଖଳା, ଅବାଧ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ କରାଯିବ ନିମନ୍ତେ ରାଜ୍ୟ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ରାଜ୍ୟ ପୋଲିସ ଆରକ୍ଷୀ ମହାନିର୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ କହିଛନ୍ତି।

ସୂଚନା ଅନୁଯାୟୀ, ୧୧ଟି ପୋଲିସ ଜିଲ୍ଲାରେ ୭୩୩୯ ସ୍ଥାନରେ ୯୧୬୨ ମତଦାନ କେନ୍ଦ୍ର ମଧ୍ୟରୁ ୫୫୬ଟି ବୁଥ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ ରହିଛି। ନିର୍ବାଚନ ପରିଚାଳନାର ସୁରକ୍ଷା ଲାଗି ବିଭିନ୍ନ ପାହ୍ୟାର ୩୩ ହଜାର ପୋଲିସ କର୍ମଚାରୀଙ୍କ ମୁତୟନ କରାଯାଇଛି ଯେଉଁଥିରେ ୧୦୨ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ, ୬୬ ପ୍ଲାଟୁନ ଆର୍ମଡ଼ ପୋଲିସ ଫୋର୍ସ ଅଛନ୍ତି। ୪୭ ଜଣ ଅତିରିକ୍ତ ଏସପି, ୮୮ ଡିଏସପି, ୨୩୬ ଇନ୍ସପେକ୍ଟର, ୨୦୦୦ ଏସଆଇ/ ଏଏସଆଇ ସହ ୧୧୮୦୦ କନଷ୍ଟେବଳ/ ହାବିଲଦାର, ୫୮୦୦ ଗୃହରକ୍ଷୀ ଓ ଗ୍ରାମରକ୍ଷୀ ନିର୍ବାଚନ ପରିଚାଳନାରେ ନିଯୋଜିତ ହୋଇଛନ୍ତି। ସେହିପରି ୬୫୫ ମୋବାଇଲ ପାଟ୍ରୋଲିଂ ପାର୍ଟି ମଧ୍ୟ ନିର୍ବାଚନକୁ ତତ୍ତ୍ବାବଧାନ କରିବେ ବୋଲି ଡିଜିପି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

- Advertisement -

ନିର୍ବାଚନ ହେଉଥିବା ୧୧ ପୋଲିସ ଜିଲ୍ଲା ମଧ୍ୟରୁ ୪ ଜିଲ୍ଲାରେ ମାଓ ଗତିବିଧି ରହିଛି। ଏହି ପରିପ୍ରେକ୍ଷୀରେ କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର ଏବଂ ବରଗଡ଼ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଗୁଇନ୍ଦା ବ୍ୟବସ୍ଥାକୁ ସକ୍ରିୟ କରାଯିବା ସହ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ନିର୍ବାଚନ ଲାଗି ସିଏପିଏଫର ୧୧୭ଟି ଅପରେସନ ପାର୍ଟି ଓ ୩୮ ୟୁନିଟ ଏସଓଜି ଓ ଡିଭିଏଫ ଜଙ୍ଗଲରେ ମାଓ ଅପରେସନ ଚଳାଇଛନ୍ତି। ଛତିଶଗଡ଼ର ୪ଟି ସୀମାବର୍ତ୍ତୀ ସ୍ଥାନରେ ଅପରେସନ ଚାଲିଛି। ମାଓ ଇଲାକାରେ ନିର୍ବାଚନ ଥିବା ସ୍ଥାନରେ ଅତିରିକ୍ତ ଡିଜି ଅପରେସନ ଦେବଦତ୍ତ ସିଂ ଅବସ୍ଥାନ କରି ସ୍ଵତନ୍ତ୍ର ନଜର ରଖିଛନ୍ତି ବୋଲି ଡିଜିପି କହିଛନ୍ତି

ଆଇନ ଶୃଙ୍ଖଳା ରକ୍ଷା ଓ ନିର୍ବାଚନ ପରିଚାଳନା ପାଇଁ ୧୧ ପୋଲିସ ଜିଲ୍ଲାରେ ୧୪୧ଟି ଚେକପୋଷ୍ଟ ରହିଛି। ସୀମାଗୁଡିକୁ ସିଲ କରାଯାଇ କଡାକଡି ଭାବେ ଯାଞ୍ଚ କରାଯାଉଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ଫ୍ଲାଇସ୍କ୍ୱାର୍ଡ ଗଠନ କରାଯାଇଛି। ନିର୍ବାଚନ ହେବାକୁ ଥିବା ୧୧ ଜିଲ୍ଲାରେ ୨୫୭ଟି ଫ୍ଲାଇସ୍କ୍ୱାର୍ଡ ଟିମ ରହିଛନ୍ତି। ଏହାବ୍ୟତୀତ ୨୫୧ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ ପରିଭ୍ରମଣ କରୁଛନ୍ତି। ଏହି ୧୧ଟି ଜିଲ୍ଲାରେ ୧୮ଟି ଇଭିଏମ ଷ୍ଟ୍ରଙ୍ଗରୁମ ରହିଛି। ନିର୍ବାଚନ ପରେ ସେଠାରେ ଇଭିଏମଗୁଡିକ ରଖାଯିବ। ଏହି ଇଭିଏମ ସୁରକ୍ଷା ଲାଗି ଦୁଇସ୍ତରରେ ସୁରକ୍ଷା ଦାୟିତ୍ଵ ବିଭକ୍ତ କରାଯାଇଛି ବୋଲି ଡିଜିପି କହିଛନ୍ତି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories