www.samajalive.in
Monday, December 8, 2025
13.1 C
Bhubaneswar

ଭାରତର ସବୁଠୁ ଦାମୀ ମୋଟରସାଇକେଲ, ଏହି ଦାମରେ ମିଳିବ ଅନେକ କାର୍

ନୂଆଦିଲ୍ଲୀ : ଆପଣ ଜାଣିଛନ୍ତି କି ଭାରତୀୟ ବଜାରରେ ଏମିତି କିଛି ମୋଟରସାଇକେଲ ବିକ୍ରି ହେଉଛି ଯାହାର ଦାମ୍ ୪୩ ଲକ୍ଷରୁ ୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ବାଇକ ସମ୍ପର୍କରେ ଜଣାଇବୁ ଯାହାର ଦାମ୍ କୌଣସି ବିଳାସପୂର୍ଣ୍ଣ କାରଠୁ କମ୍ ନୁହେଁ ।

- Advertisement -

Ducati Panigale V4 R: ଏହି ବାଇକରେ ୯୯୮ ସିସିର ଇଞ୍ଜିନ ଦିଆଯାଇଛି । ଏହା ବ୍ୟତୀତ ଏଥିରେ ଏବିଏସ୍ ଇଭିଓ, ଟ୍ରାକ୍ସନ କଣ୍ଟ୍ରୋଲ ଇଭିଓ, ଇଞ୍ଜିନ ବ୍ରେକ୍ କଣ୍ଟ୍ରୋଲ, ଡୁକାଟି ସ୍ଲାଇଡ୍ କଣ୍ଟ୍ରୋଲ ଭଳି ସୁରକ୍ଷା ଫିଚର୍ସ ମିଳିଥାଏ । ଭାରତୀୟ ବଜାରରେ ଏହି ବିଳାସପୂର୍ଣ୍ଣ ବାଇକର ଦାମ୍ ୬୯ ଲକ୍ଷ ୯୯ ହଜାର ଟଙ୍କାରୁ ଆରମ୍ଭ ହୋଇଥାଏ ।

ହୋଣ୍ଡା ଗୋଲ୍ଡ ଓ୍ବିଙ୍ଗ୍: ଭାରତୀୟ ବଜାରରେ ହୋଣ୍ଡାର ଏହି ବିଳାସପୂର୍ଣ୍ଣ ମୋଟରସାଇକେଲର ଦାମ୍ ୪୩ ଲକ୍ଷ ୪୧ ହଜାର ଟଙ୍କା । ଏଥିରେ ଏୟାରବ୍ୟାଗ୍, କ୍ରୁଜ୍ କଣ୍ଟ୍ରୋଲ, ଆଣ୍ଡ୍ରଏଡ୍ ଅଟୋ କାର ପ୍ଲେ, ୟାଟାର ପ୍ରେସର ମନିଟରିଂ ସିଷ୍ଟମ ଭଳି ଫିଚର୍ସ ମିଳିଥାଏ । ଏହାର ଟପ୍ ସ୍ପିଡ୍ ୨୩୦ କିଲୋମିଟର ପ୍ରତି ଘଣ୍ଟା  ।

କାଓ୍ବାସାକି ନିଞ୍ଜା ଏଚ୨ଆର୍: ଏହି ବାଇକରେ ମୋବାଇଲ ଆପ୍ କନେକ୍ଟିଭିଟି ଜିପିଏସ୍, ୨ ଡିଜିଟାଲ ଟ୍ରିପ୍ ମିଟର, ଷ୍ଟାଣ୍ଡ୍ ଆଲାର୍ମ ଭଳି ଫିଚର୍ସ ଦିଆଯାଇଛି । ଏହାର ଟପ୍ ସ୍ପିଡ୍ ୩୨୦ କିଲୋମିଟର ପ୍ରତି ଘଣ୍ଟା । ଏହାର ଦାମ୍ ଭାରତରେ ୭୯ ଲକ୍ଷ ୯୦ ହଜାର ଟଙ୍କାରୁ ଆରମ୍ଭ ହୋଇଥାଏ ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories