www.samajalive.in
Saturday, December 13, 2025
26.1 C
Bhubaneswar

‘ଚନ୍ଦୁ ଚାମ୍ପିଅନ୍‌’ ଟ୍ରେଲରର ପ୍ରଶଂସକ ପାଲଟିଲେ କ୍ୟାଟ୍ରିନା; କହିଲେ, ଅପେକ୍ଷା କରି​‌ପାରିବି ନାହିଁ..

ମୁମ୍ବଇ: କବୀର ଖାନ ନିର୍ଦେଶିତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିଅନ୍‌’ର ଟ୍ରେଲର ଶନିବାର ରିଲିଜ୍ ହୋଇଛି। ଟ୍ରେଲରରେ କାର୍ତ୍ତିକ ଆର୍‌ୟନଙ୍କ ଭିନ୍ନ ଅବତାର ଦେଖି ଗୋଟିଏ ପଟେ ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଥିବାବେଳେ ଅନ୍ୟପଟେ ବଲିଉଡ଼ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ମଧ୍ୟ ଏହାଦ୍ଵାରା ବେଶ୍‌ ପ୍ରଭାବିତ ହୋଇଛନ୍ତି। ସେ ନିର୍ଦେଶକଙ୍କ ପ୍ରଶଂସା କରିବା ସହ ବଡ଼ ପରଦାରେ ପିଲ୍ମକୁ ଦେକିବା ପାଇଁ ଉତ୍ସାହ ବ୍ୟକ୍ତ କରିଛନ୍ତି।

କାର୍ତ୍ତିକ ଆର୍‌ୟନଙ୍କ ‘ଚନ୍ଦୁ ଚାମ୍ପିଅନ୍‌’ର ଟ୍ରେଲର ଦେଖିଥିବା ଲୋକଙ୍କ ମଧ୍ୟରେ ବଲିଉଡ଼ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ମଧ୍ୟ ସାମିଲ ଥିଲେ। ଟ୍ରେଲର ଦେଖି ସେ ଏତେ ପ୍ରଭାବିତ ହୋଇଛନ୍ତି ଯେ, ବିଳମ୍ବ ନକରି ସେ ନିର୍ଦ୍ଦେଶକ କବୀର ଖାନଙ୍କ ପାଇଁ ଏକ ପ୍ରଶଂସା ପୋଷ୍ଟ କରିଛନ୍ତି। ଏହା ବ୍ୟତୀତ ଅଭିନେତ୍ରୀ କାର୍ତ୍ତିକ ଆର୍‌ୟନଙ୍କ ଅଭିନୟକୁ ମଧ୍ୟ ଭୁରି ଭୁରି ପ୍ରଶଂସା କରିଛନ୍ତି। କ୍ୟାଟ୍ରିନା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଫିଲ୍ମର ଟ୍ରେଲର ପୁନଃ ପୋଷ୍ଟ କରି ଫିଲ୍ମ ପାଇଁ ଆଉ ଅପେକ୍ଷା କରିପାରିବେ ନାହିଁ ବୋଲି କହିଛନ୍ତି। କାର୍ତ୍ତିକ ଆର୍‌ୟନ୍‌ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଫିଲ୍ମ ଟ୍ରେଲର ପୋଷ୍ଟ କରିଛନ୍ତି। କ୍ୟାପ୍ସନରେ ସେ ଏହାକୁ ତାଙ୍କ କ୍ୟାରିୟରର ସବୁଠୁ କଠିନ ଓ ସବୁଠୁ ଖାସ୍‌ ଫିଲ୍ମ ବୋଲି କହିଛନ୍ତି।

- Advertisement -

 

‘ଚନ୍ଦୁ ଚାମ୍ପିଅନ୍‌’ ଚଳଚ୍ଚିତ୍ରର କାହାଣୀ ମୁରଲୀକାନ୍ତ ପେଟକରଙ୍କ ଜୀବନ କାହାଣୀ ଉପରେ ଆଧାରିତ। ମୁରଲୀକାନ୍ତ ପେଟକର ହେଉଛନ୍ତି ଭାରତର ପ୍ରଥମ ପାରାଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା। ସେ ୫୦ ମିଟର ଫ୍ରିଷ୍ଟାଇଲ ସନ୍ତରଣ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ମୁରଲୀକାନ୍ତ ପେଟକର ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ଜୁନ୍‌ ୧୪ରେ ପରଦାକୁ ଆସିବ ‘ଚନ୍ଦୁ ଚାମ୍ପିଅନ୍‌’।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories