www.samajalive.in
Saturday, December 13, 2025
21.1 C
Bhubaneswar

ବହିରା ଛକରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ

ବୌଦ୍ଧ: ବୌଦ୍ଧ ଜିଲା ବାଉଁଶୁଣୀ ଥାନା ଅନ୍ତର୍ଗତ ବହିରାଛକ ନିକଟରୁ ଏକ ବଲେରୋ ଗାଡିରୁ ବିପୁଳ ପରିମାଣରେ ବିଦେଶୀ ମଦ ଜବତ ହୋଇଥିବା ଜଣାଯାଇଛି। ସୂଚନା ମୁତାବକ ନିର୍ବାଚନକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ଯାନାବହାନ ଯାଞ୍ଚକୁ କଡାକଡି କରାଯାଇଥିବାବେଳେ ଗୁରୁବାର ଏକ ବଲେରୋ ଗାଡିକୁ ବାଉଁଶୁଣୀ ପୁଲିସ ଯାଞ୍ଚ କରିଥିଲା। ଗାଡି ଭିତରୁ ୨୫ ପେଟି ବିଦେଶୀ ମଦ ଜବତ କରାଯିବା ପରେ ପୁଲିସ ଗାଡି ସହିତ ନରସିଂହ ଗେଜ(୪୫) ଓ ଭରତ ବାରିକକୁ ଥାନାକୁ ନେଇ ପଚରା ଉଚୁରା କରିଥିଲା। ପରେ ସେମାନଙ୍କ ନାମରେ ଏକ ମାମଲା ରୁଜୁ କରି ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଥାନାରୁ ଜାମିନରେ ଛାଡି ଦେଇଥିବା ଜଣାଯାଇଛି।

ମଦପେଟି ଗୁଡିକ ଝାରମୁଣ୍ଡା ଯାଉଥିବାବେଳେ ବିଜେଡିର ଏକ ଶୋଭାଯାତ୍ରା ପାଇଁ ନିଆଯାଉଥିବା ଆଲୋଚନା ହେଉଅଛି। ମାମଲାରେ ଜଣକୁ ଅଟକ ରଖି ପଚରାଉଚୁରା ପରେ ପୁଲିସ ଥାନାରୁ ବେଲରେ ଛାଡି ଦେଇଥିବା ନେଇ ଆଲୋଚନା ହେଉଅଛି। ମାତ୍ର ୫ ଲିଟର ମଦ ଜବତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରୁଥିବାବେଳେ ନିର୍ବାଚନ ସମୟରେ ୨୫ ପେଟି ବିଦେଶୀ ମଦ ଜବତ କରିବାପରେ ଦୁଇଜଣ ଅଭିଯୁକ୍ତକୁ ଥାନାରୁ ପୁଲିସ ଜାମିନରେ ଛାଡିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସଂପର୍କରେ ବାଉଁଶୁଣୀ ଥାନା ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ନିର୍ବାଚନରେ ବ୍ୟସ୍ତତାର ଆଳ ଦେଖାଇ ଫୋନ କାଟି ଦେଇଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories