www.samajalive.in
Saturday, December 13, 2025
14.1 C
Bhubaneswar

ଆପଣଙ୍କୁ ଫୋନ କରିବେ ସଚିନ ତେନ୍ଦୁଲକର

ଡେସ୍କ: ଦେଶରେ ୪ଟି ପର୍ଯ୍ୟାୟ ଲୋକସଭା ନିର୍ବାଚନ ଶେଷ ହୋଇଛି। ଆଉ ବାକି ରହିଛି ୩ଟି ପର୍ଯ୍ୟାୟ ନିର୍ବାଚନ। ମେ’ ୨୦ରେ ପଞ୍ଚମ ପର୍ଯ୍ୟାୟ, ୨୫ରେ ଷଷ୍ଠ ପର୍ଯ୍ୟାୟ ଓ ଜୁନ ୧ରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ପ୍ରଥମ ୪ଟି ପର୍ଯ୍ୟାୟରେ ମୋଟ ୬୬.୯୫% ମତଦାନ ହୋଇଥିବା ନିର୍ବାଚନ ଆୟୋଗ କହିଛନ୍ତି। ଏପର୍ଯ୍ୟନ୍ତ ୪୫୧ ନିୟୁତ ଲୋକ ଭୋଟ୍ ଦେଇଛନ୍ତି। ଅନ୍ୟପକ୍ଷରେ ଆଗାମୀ ପର୍ଯ୍ୟାୟଗୁଡ଼ିକରେ ମତଦାତାଙ୍କୁ ଅଧିକ ସଂଖ୍ୟାରେ ଭୋଟ ଦେବାକୁ ଆୟୋଗଙ୍କ ଆହ୍ୱାନ ସହ ମତଦାତାଙ୍କୁ ସୂଚନା, ପ୍ରେରଣା ଓ ସୁବିଧା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି ଏ ଦିଗରେ ପଦକ୍ଷେପ ନେବାକୁ ସିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଯଦି ଆପଣଙ୍କୁ କ୍ରିକେଟ୍ କିମ୍ବଦନ୍ତୀ ତଥା ଇସିଆଇ ନେସନାଲ ଆଇକନ୍ ସଚିନ ତେନ୍ଦୁଲକରଙ୍କ ଫୋନ୍ ଆସେ, ତେବେ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, କାରଣ ଚଳିତ ଲୋକସଭା ନିର୍ବାଚନରେ ଭୋଟରମାନଙ୍କୁ ଭୋଟ୍ ଦେବାକୁ ସେ ନିବେଦନ କରୁଛନ୍ତି। ମତଦାନ ହାର ବଢ଼ାଇବା ଉଦ୍ଦେଶ୍ୟରେ ନିର୍ବାଚନ ଆୟୋଗ ଚଳିତ ନିର୍ବାଚନ ସମୟରେ ଭୋଟରଙ୍କୁ ମତଦାନ ପ୍ରତି ଆକୃଷ୍ଟ କରିବା ଏବଂ ଉତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଆରମ୍ଭ କରିଛନ୍ତି।

- Advertisement -

ଭୋଟର ସଚେତନତା ନିମନ୍ତେ ଆୟୋଗଙ୍କ ଅନୁରୋଧ କ୍ରମେ ବିଭିନ୍ନ ଅନୁଷ୍ଠାନ, ପ୍ରଭାବଶାଳୀ ବ୍ୟକ୍ତିବିଶେଷ ଓ ସେଲିବ୍ରିଟିମାନେ ଉତ୍ସାହର ସହ କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର କହିଛନ୍ତି। ଏହାବ୍ୟତୀତ ଅଧିକ ମତଦାନ ହାର ରହିବା ଦ୍ୱାରା ଭାରତୀୟ ଭୋଟରଙ୍କ ଠାରୁ ଭାରତୀୟ ଗଣତନ୍ତ୍ରର ଶକ୍ତି ବିଷୟରେ ବିଶ୍ୱକୁ ବାର୍ତ୍ତା ଯିବ ବୋଲି ସେ କହିଛନ୍ତି। ଗଣତନ୍ତ୍ରର ପର୍ବରେ ଅଂଶଗ୍ରହଣ କରି ମତଦାନ ଦିବସକୁ ଛୁଟି ଦିନ ନୁହେଁ ବରଂ ଗର୍ବର ଦିନ ଭାବେ ଗ୍ରହଣ କରିବା ସହିତ ବିପୁଳ ସଂଖ୍ୟାରେ ମତଦାନ କରିବାକୁ ସିଇସି ସମସ୍ତ ଭୋଟରଙ୍କୁ ଅନୁରୋଧ କରିଛନ୍ତି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories