www.samajalive.in
Tuesday, December 9, 2025
17.1 C
Bhubaneswar

କାହାଣୀ ଦ୍ବାରା ଶିଖାଉଥିଲେ ଶିକ୍ଷଣୀୟ କଥା

ଥରେ ଯୀଶୁ ଜଣେ ବ୍ୟକ୍ତିଙ୍କୁ କହିଲେ ଯେ, ତୁମେ ତୁମ ପଡୋଶୀଙ୍କୁ ଭଲ ପାଇବା ଉଚିତ। ଯୀଶୁଙ୍କ ଠାରୁ ଏହି କଥା ଶୁଣି ବ୍ୟକ୍ତି ଜଣକ କହିଲେ, ମୋ ପଡୋଶୀ କିଏ? ଯୀଶୁ ପୂର୍ବରୁ ଜାଣିଥିଲେ ଯେ, ବ୍ୟକ୍ତି ଜଣକ ମନ​‌ରେ କ’ଣ ଚାଲିଛି। ସେହି ବ୍ୟକ୍ତି ସର୍ବଦା ଭାବୁଥିଲା ଯେ, ନିଜର ଜାତି ଓ ଧର୍ମର ବ୍ୟକ୍ତି ହିଁ କେବଳ ତାର ପଡୋଶୀ ହେବ।

ତାପରେ ସେହି ବ୍ୟକ୍ତି ମନରେ ଥିବା ଚିନ୍ତାଧାରାକୁ ପରିବର୍ତ୍ତନ କରିବା ପାଇଁ ଯୀଶୁ ଏକ କାହାଣୀ ଶୁଣାଇଲେ। ସେ ଇହୁଦି ଓ ସାମରି ବିଷୟରେ କାହାଣୀ ଶୁଣାଇଲେ। ଅଧିକତଃ ଇହୁଦି ଧର୍ମର ବ୍ୟକ୍ତିମାନେ ସାମରି ଧର୍ମର ବ୍ୟକ୍ତିଙ୍କୁ ପସନ୍ଦ କରି ନଥାଆନ୍ତି।

- Advertisement -

ଥରେ ଜଣେ ଇହୁଦି ଧର୍ମର ବ୍ୟକ୍ତି ପାହାଡିଆ ରାସ୍ତା ମଧ୍ୟ ଦେଇ ଯରିହୋ ସହରକୁ ଯାଉଥିଲା। ରାସ୍ତା ତା ଉପରେ ଡକାୟତମାନେ ଆକ୍ରମଣ କଲେ। ତା ଠାରୁ ସମସ୍ତ ଟଙ୍କା ଛଡାଇ ନେଲେ। ବ୍ୟକ୍ତିଟିକୁ ଅଧମରା କରି ସେଠାରେ ପକାଇ ଦେଲେ।

କିଛି ସମୟ ପରେ ସେହି ରାସ୍ତା ଦେଇ ଇହୁଦି ଯୁବକ ଗଲେ। ଯୁବକ ଜଣକ ଆହତ ବ୍ୟକ୍ତିଙ୍କୁ ଦେଖି ମୁହଁ ବୁଲାଇ ଅନ୍ୟ ରାସ୍ତା ଦେଇ ପଳାଇଲା। ତାପରେ ମନ୍ଦିରରେ ସେବା କରୁଥିବା ଜଣେ ବ୍ୟକ୍ତି ସେହି ରାସ୍ତା ଦେଇ ଗଲେ। ସେ ମଧ୍ୟ ଅନ୍ୟ ଧର୍ମର ବ୍ୟକ୍ତି ଥିଲେ। ସେ ଆହତ ବ୍ୟକ୍ତିଙ୍କ ଉପକାର ପାଇଁ ମଧ୍ୟ ରହିଲେ ନାହିଁ।

ହଠାତ ଆହତ ବ୍ୟକ୍ତିଙ୍କୁ ରାସ୍ତା ଉପରେ ପଡିଥିବାର ଦେଖି ଜଣେ ସାମରି ଧର୍ମର ବ୍ୟକ୍ତି ଅଟକି ଗଲେ। ସେ ଆହତ ବ୍ୟକ୍ତିଙ୍କ ନିକଟକୁ ଯାଇ ତାଙ୍କ ଖଣ୍ଡିଆରେ ଔଷଧ ଲଗାଇ ପଟି ବାନ୍ଧି ଦେଲେ । ତାପରେ ଆହତ ବ୍ୟକ୍ତିଙ୍କୁ ଆରାମ କରିବା ପାଇଁ ଏକ ସ୍ଥାନକୁ ନେଇଗଲେ। ସେଠାରେ ଇହୁଦି ଧର୍ମର ବ୍ୟକ୍ତି ଶୀଘ୍ର ଭଲ ହୋଇଗଲେ।

ଏହି କାହାଣୀ ସରିବା ପରେ ଯୀଶୁ ବ୍ୟକ୍ତିଙ୍କୁ ପ୍ରଶ୍ନ ପଚାରିଲେ ଯେ, ତୁମକୁ କ’ଣ ଲାଗୁଛି, କିଏ ସେହି ଆହତ ବ୍ୟକ୍ତିଙ୍କ ପଡୋଶୀ ଅଟେ?

ବ୍ୟକ୍ତି ଜଣକ ଉତ୍ତର ଦେଲେ ଯେ, ଯେଉଁ ସାମରୀ ଧର୍ମର ବ୍ୟକ୍ତି ତାଙ୍କୁ ରକ୍ଷା କଲା ସେ ହିଁ ତାର ପଡୋଶୀ ଅଟେ।

ଏହି ଉତ୍ତର ଶୁଣି ଯୀଶୁ ବ୍ୟକ୍ତି ଜଣଙ୍କୁ କହିଲେ ଯେ, ତୁମେ ଠିକ କହିଲ। ଆଜି ଠାରୁ ତୁମେ ଅନ୍ୟ ମାନଙ୍କର ସାହାର୍ଯ୍ୟ କରିବ।

ଏପରି କାହାଣୀ ଦ୍ବାରା ଯୀଶୁ ବ୍ୟକ୍ତି ମାନଙ୍କୁ ଜୀବନର କିଛି ଶିକ୍ଷଣୀୟ କଥା ଶିଖାଉଥିଲେ।

ଆଲେଖ୍ୟ : ପ୍ରଜ୍ଞାସିନୀ ମଲ୍ଲିକ୍

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories