ନୂଆଦିଲ୍ଲୀ: କଲକାତା ଉଚ୍ଚ ନ୍ୟାୟାଳୟର ଡିଭିଜନ ବେଞ୍ଚରୁ ରଥଯାତ୍ରାର ଅନୁମତି ନପାଇ ପଶ୍ଚିମବଙ୍ଗ ବିଜେପି ସୁପ୍ରିମ କୋର୍ଟର ଅବକାଶକାଳୀନ ଖଣ୍ଡପିଠରେ ଗୁହାରି କରିଛି। ଶୁକ୍ରବାର ପଶ୍ଚିମବଙ୍ଗ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଗଠିତ ଖଣ୍ଡପିଠ ରଥଯାତ୍ରାର ଅନୁମତି ପ୍ରଦାନ କରି ନଥିଲେ। ସାଧାରଣ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର ୩ଟି ସ୍ଥାନରୁ ଗଣତନ୍ତ୍ରକୁ ରକ୍ଷା କରିବା ନିମନ୍ତେ ରଥଯାତ୍ରା ଅନୁଷ୍ଠିତ କରିବାକୁ ଆଗ୍ରହ ପ୍ରକାଶ କରିଥିଲା ବିଜେପି। ଏଥି ନିମନ୍ତେ ରାଜ୍ୟ ସରକାରଙ୍କୁ ଅନୁମତି ମାଗି ଥିଲା ବିଜେପି। ରାଜ୍ୟ ସରକାରଙ୍କଠାରୁ କୌଣସି ଉତ୍ତର ନପାଇ ଶେଷରେ ମାମଲା କଲକାତା ଉଚ୍ଚ ନ୍ୟାୟାଳୟରେ ପହଞ୍ôଚ ଥିଲା। ବିଭିନ୍ନ ଦଫାରେ କଲକାତା ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହୋଇଥିଲା ବିଜେପି। ତେବେ ଉଚ୍ଚ ନ୍ୟାୟାଳୟରୁ ଅନୁମତି ନମିଳିବାରୁ ଶେଷରେ ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ôଚଛି ବିଜେପି। ଅବଶ୍ୟ ସର୍ବୋଚ୍ଚ ନ୍ୟାୟାଳୟକୁ ଯିବା ପୂର୍ବରୁ ଉଚ୍ଚ ନ୍ୟାୟାଳୟରେ ବିଜେପିକୁ ଥରେ ଅନୁମତି ମିଳିଥିଲା। ରାଜ୍ୟ ସରକାର ଆଇନ ଶୃଙ୍ଖଳାର ଦ୍ୱାହି ଦେଇ ରଥଯାତ୍ରାକୁ ବିରୋଧ କରୁଥିଲେ ମଧ୍ୟ ବିଚାରପତି ରଥ ଯାତ୍ରାର ଅନୁମତି ପ୍ରଦାନ କରିଥିଲେ। ତେବେ ଏହି ଅନୁମତିକୁ ଉଚ୍ଚ ନ୍ୟାୟାଳୟର ଡିଭିଜନ ଖଣ୍ଡପିଠ ଖାରଜ କରି ଦେଇଥିଲା।
ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ସୁପ୍ରିମ କୋର୍ଟର ଦ୍ୱାରସ୍ତ ହୋଇଥିବାବେଳେ ଏହି ବିବାଦ ସୁପ୍ରିମ କୋର୍ଟର ରାୟକୁ ଅପେକ୍ଷା କରିଛି ବିଜେପି।
ରଥଯାତ୍ରା ଅନୁମତି ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ବିଜେପି
Popular Categories



