www.samajalive.in
Monday, December 8, 2025
13.1 C
Bhubaneswar

ଖାତାଧାରୀଙ୍କୁ ଉପହାର ଦେଲା ଏହି ବ୍ୟାଙ୍କ, ମିଳିବ ଅଧିକ ସୁଧ

ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଫିକ୍ସ୍ଡ ଡିପୋଜିଟର ସୁଧ ହାର ବୃଦ୍ଧି କରିଛି । ଷ୍ଟେଟ୍ ବ୍ୟାଙ୍କ ୪୬ ଦିନରୁ ୧୭୯ ଦିନ ପର୍ଯ୍ୟନ୍ତ ଏଫଡି ସୁଧ ହାରକୁ ୪.୭୫ ପ୍ରତିଶତରୁ ବଢାଇ ୫.୫୦ ପ୍ରତିଶତ କରିଛି । ସେହିଭଳି ୧୮୦ ଦିନରୁ ୨୧୦ ଦିନ ପର୍ଯ୍ୟନ୍ତର ଏଫଡିରେ ସୁଧ ହାର ୫.୭୫ ପ୍ରତିଶତ ବଦଳରେ ୬ ପ୍ରତିଶତ କରାଯାଇଛି ।

୨୧୧ରୁ ୧ ବର୍ଷରୁ କମ୍ ସମୟର ଏଫଡିରେ ଏବେ ୬ ପ୍ରତିଶତ ବଦଳରେ ୬.୨୫ ପ୍ରତିଶତ ସୁଧ ମିଳିବ । ତେବେ ଅନ୍ୟ ଅବଧିର ଏଫଡି ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇନି । ଏହି ସୁଧ ହାର ମେ ୧୫ରୁ ଲାଗୁ ହୋଇଯାଇଛି । ସୁଧର ଏହି ହାର ୨ କୋଟିରୁ କମ୍ ଏଫଡି ପାଇଁ ଉପଲବ୍ଧ କରିଛି ବ୍ୟାଙ୍କ ।

ଓଡିଶାବାସୀ ଚାହୁଁଛନ୍ତି ବିଜେପି ଆସୁ: ଓମ୍ ବିର୍ଲା

- Advertisement -

ଏଫଡିରୁ ମିଳୁଥିବା ସୁଧ ଉପରେ ସମ୍ପୂର୍ଣ୍ଣ ରୂପେ କର ଦେବାକୁ ପଡିଥାଏ । ଆପଣ ଏକ ବର୍ଷରେ ଏଫଡିରେ ଯେଉଁ ସୁଧ ଆୟ କରନ୍ତି ତାହା ଆପଣଙ୍କ ବାର୍ଷିକ ଆୟ ସହିତ ଯୋଡିହୋଇଥାଏ । ସମୁଦାୟ ଆୟ ଆଧାରରେ ଆପଣଙ୍କ କର ସ୍ଲାବ୍ ନିର୍ଦ୍ଧାରିତ ହୋଇଥାଏ । ଏଫଡିରୁ ଅର୍ଜିତ ସୁଧ ଆୟକୁ ‘ଅନ୍ୟ ଉତ୍ସରୁ ଆୟ’ ବୋଲି ବିବେଚନା କରାଯାଏ ସେଥିପାଇଁ ଟିଡିଏସ୍ ଚାର୍ଜ କରାଯାଏ । ଯେବେ ଆପଣଙ୍କ ବ୍ୟାଙ୍କ ଆପଣଙ୍କ ସୁଧ ଆୟକୁ ଆପଣଙ୍କ ଖାତାରେ ଜମା କରିଥାଏ ସେହି ସମୟରେ ଟିଡିଏସ୍ କଟାଯାଏ ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories