www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରିୟଙ୍କା ଗାନ୍ଧୀଙ୍କ ଝିଅ ୩ ହଜାର କୋଟିର ମାଲିକ !, ଏକ୍ସ’ରେ ଏଭଳି ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ନାଁରେ ମାମଲା

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ବ୍ୟବସାୟୀ ରବର୍ଟ ଭଦ୍ରାଙ୍କ ଝିଅ ମିରାୟା ଗାନ୍ଧୀ ୩୦୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିର ମାଲିକ ବୋଲି ସୋସିଆଲ ମିଡିଆ ଏକ୍ସ’ରେ ହୋଇଥିବା ଏକ ପୋଷ୍ଟରେ କୁହାଯାଇଛି। ଏହାର ସତ୍ୟତା ନେଇ ଅନେକ ପ୍ରଶ୍ନ ଉଠୁଥିବାବେଳେ ହିମାଚଳ ପ୍ରଦେଶ ପୁଲିସ ଏହି ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରିଛି।

ଅନୂପ ବର୍ମା ନାମକ ବ୍ୟକ୍ତି ଏକ୍ସ(ପୂର୍ବରୁ ଟ୍ବିଟର୍‌)ରେ ଏକ ପୋଷ୍ଟ କରି ମିରାୟା ଗାନ୍ଧୀ ୩ ହଜାର କୋଟି ଟଙ୍କା ସମ୍ପତ୍ତିର ମାଲିକ ବୋଲି ଦର୍ଶାଇଥିଲେ। ଅନୂପ ଏକ୍ସ’ ହ୍ୟାଣ୍ଡେଲରେ ନିଜକୁ ଭାରତୀୟ ବାୟୁସେନାର ଫ୍ଲାଇଟ୍‌ ଲ୍ୟୁଟନାଣ୍ଟ, ପ୍ରତିରକ୍ଷା ବିଶ୍ଳେଷକ ଏବଂ ରାଜନୈତିକ ସମାଲୋଚକ ଭାବେ ଦର୍ଶାଇଛନ୍ତି। ଏହା ପରେ ତାଙ୍କ ନାମରେ ଶିମ୍‌ଲାରେ ଆଇପିସି ଧାରା ୧୫୩, ୪୬୯, ୫୦୦ ଏବଂ ୫୦୫ ଆଧାରରେ ମାମଲା ରୁଜୁ ହୋଇଛି। ଏହା ସହିତ ଅନୂପଙ୍କ ଏକ୍ସ ଆକାଉଣ୍ଟ ଉପରେ ଖୋଳତାଡ଼ କରିବାକୁ ପୁଲିସ ସାଇବର ସେଲ୍‌କୁ କହିଛି।

- Advertisement -

ସୂଚନାଯୋଗ୍ୟ, ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ପ୍ରମୋଦ ଗୁପ୍ତା ନାମକ ଜଣେ କଂଗ୍ରେସ କର୍ମୀ ଅନୂପଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ। ଅନୂପ ମିରାୟାଙ୍କ ବିରୋଧରେ ଏକ ମିଥ୍ୟା ଏବଂ ଭିତ୍ତିହୀନ ପୋଷ୍ଟ କରିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ଏହି ପୋଷ୍ଟ ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଖ୍ୟାତିକୁ ହାନି ପହଞ୍ଚାଇଛି ବୋଲି ସେ ଅଭିଯୋଗ​ରେ ଦର୍ଶାଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories