www.samajalive.in
Thursday, December 11, 2025
16.1 C
Bhubaneswar

ବ୍ରହ୍ମପୁରରେ ନିର୍ବାଚନ ହିଂସା: ପ୍ରଦୀପ-ଶିବଶଙ୍କର ହାତାହାତି, ପ୍ରଦୀପ ପାଣିଗ୍ରାହୀ ଆହତ

ବ୍ରହ୍ମପୁର: ଆଜି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହିଂସା ଦେଖାଦେଇଛି। ଗୋଷାଣୀ ନୂଆଗାଁରେ ଦୁଇ ପ୍ରାର୍ଥୀ ହାତାହାତି ହୋଇଛନ୍ତି। ବ୍ରହ୍ମପୁର ଲୋକସଭା ଆସନ ପାଇଁ ପ୍ରତିଦ୍ବନ୍ଦ୍ବୀତା କରୁଥିବା ଦୁଇ ପ୍ରାର୍ଥୀ ଉତ୍କଳମଣି ୟୁପି ସ୍କୁଲ ଆଗରେ ଦୁଇ ପ୍ରାର୍ଥୀ ହାତାହାତି ହୋଇଛନ୍ତି।  ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ହାତାହାତି ହୋଇଥିବାବେଳେ ଶିବଶଙ୍କରଙ୍କ ଆକ୍ରମଣରେ ପ୍ରଦୀପ ପାଣିଗ୍ରାହୀ ସାମାନ୍ୟ ଆହତ ସୂଚନା ମିଳିଛି।

ଆହତ ହୋଇଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ହସପିଟାଲରେ ଭର୍ତ୍ତି କରାଯାଇଛି। ଅପରପକ୍ଷରେ ଶିବଶଙ୍କର ଦାସଙ୍କୁ ପୁଲିସ ଗୋଷାଣୀ ନୂଆଁଗାଁ ଥାନାରେ ଅଟକ ରଖିଛନ୍ତି। ଶିବଶଙ୍କର ଦାସଙ୍କୁ ଛାଡ଼ି ଦେବା ଦାବିରେ ଗୋଷାଣୀ ନୂଆଁଗାଁ ଥାନା ଆଗରେ ଶିବଶଙ୍କର ଦାସଙ୍କ ସମର୍ଥକଙ୍କ ହୋହଲ୍ଲା କରିବା ସହିତ ଧାରଣା ଦେଇଛନ୍ତି। ଗୋଷାଣୀ ନୂଆଁଗାଁ ଥାନା ପରିସରରେ ଉତ୍ତେଜନା ଲାଗି ରହିଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ମୁତୟନ କରାଯାଇଛି।

- Advertisement -

ଶବିଶଙ୍କର ଦାସଙ୍କ ସମର୍ଥକମାନେ ବୁଥ ରିଗିଂକୁ ନେଇ ଅଭିଯୋଗ କରିଥିବାବେଳେ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକମାନେ ଇଭିଏମ ମେସିନ ସିଲକୁ ନେଇ ଆପତ୍ତି ଉଠାଇଛନ୍ତି। ବ୍ରହ୍ମପୁରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଲାଗି ରହିଛି।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories