www.samajalive.in
Saturday, December 13, 2025
21.1 C
Bhubaneswar

ବିଶ୍ୱ ମାତୃ ଦିବସ ପାଳିତ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ୧୭ ନମ୍ବର ୱାର୍ଡ଼ ନୂଆସାହିସ୍ଥିତ ମହିଳା ଆରୋଗ୍ୟ ସମିତି ଗୃହରେ ବିଶ୍ୱ ମାତୃ ଦିବସ ପାଳିତ ହୋଇ ଯାଇଛି । ସ୍ଥାନୀୟ ମହିଳା ଆରୋଗ୍ୟ ସମିତି ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କାଉନସିଲର ଆଶୁତୋଷ ଦାସ, ବିଜୟ କୁମାର ସାହୁ, ମହିଳା ସଭାନେତ୍ରୀ କବିତାରାଣୀ ଲେଙ୍କା ପ୍ରମୁଖ ଅତିଥି ଭାବେ ଯୋଗଦେଇ ମାତୃ ଦିବସର ତାତ୍ପର୍ଯ ସମ୍ପର୍କରେ ଆଲୋକପାତ କରି ମାନବ ସମାଜର ସୃଷ୍ଟି ଓ ବିକାଶରେ ମା’ର ତ୍ୟାଗ ଓ ବଳିଦାନ ସର୍ବାଗ୍ରେ ଥିବା ମତବ୍ୟକ୍ତ କରିଥିଲେ । ସ୍ନିଗ୍ଧା ଶର୍ମା, ଟୁନୀ ବିଶ୍ୱାଳ, ସୁଜାତା ରଥ ପ୍ରମୁଖ ମାତୃ ଦିବସ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅଞ୍ଚଳର ବହୁ ସଂଖ୍ୟକ ମହିଳା ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories