www.samajalive.in
Saturday, December 13, 2025
21.1 C
Bhubaneswar

ପୋଲ ନିର୍ମାଣ ଦାବିରେ ଦେବଷଣ୍ଢଗୁଡ଼ା ଗ୍ରାମବାସୀଙ୍କ ଭୋଟ୍‌ ବର୍ଜନ ନିଷ୍ପତ୍ତି

ନନ୍ଦପୁର: ରାତି ପାହିଲେ ନିର୍ବାଚନ ଥିବା ବେଳେ ନନ୍ଦପୁର ବ୍ଲକ ରାଇସିଂ ପଞ୍ଚାୟତ ଅନ୍ତର୍ଗତ ଦେବଷଣ୍ଢଗୁଡା ଗ୍ରାମବାସୀ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗ୍ରାମ ସମ୍ମୁଖରେ ଥିବା ବାସକୀ ନଦୀ ଉପରେ ପୋଲ ନିର୍ମାଣ ନାହିଁ ତ ଭୋଟ ନାହିଁ ସୂଚନା ଥିବା ଫଳକ ମାରି, ରାସ୍ତାରେ ବାଡ଼ ପକାଇ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବା ଗ୍ରାମବାସୀ କହିଛନ୍ତି। ଦେଶ ସ୍ବାଧୀନ ହେବାର ୭୬ ବର୍ଷ ପୂରିଲା। କିନ୍ତୁ ଆମେ ବଣୁଆ ଜୀବନ କାଟୁଛୁ। ଗ୍ରାମ ସମ୍ମୁଖରେ ଥିବା ବାସକୀ ନଦୀ ଆମ ଗ୍ରାମ ବିକାଶରେ ବାଧକ ସାଜିଛି। ଫଳତଃ ସରକାରଙ୍କ ସମସ୍ତ ମୌଳିକ ସୁବିଧାରୁ ଆମେ ବଞ୍ଚିତ ହେଇଛୁ। ରାସ୍ତା ଘାଟ, ପାଣି ଓ ପରିମଳ ଶିକ୍ଷା, ସ୍ଵାସ୍ଥ୍ୟ, ଆବାସ, ବିଦ୍ୟୁତ ଆଦି ସୁବିଧା ଗ୍ରାମବାସୀଙ୍କ ନିକଟରେ ଅପହଞ୍ଚ ରହିଛି। ବିପଦସଙ୍କୁଳ ଭାବରେ ବାସକୀ ନଦୀର ସୁଅ ପାର କରି ୪କିମି ଦୂର ଗଲେ ଶିଶୁଙ୍କୁ ଅଙ୍ଗନୱାଡି କେନ୍ଦ୍ର, ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଶିକ୍ଷା, ରୋଗୀଙ୍କୁ ସ୍ଵାସ୍ଥ୍ୟ, ପରିବାରକୁ ରାସନ, ବୃଦ୍ଧ ବୃଦ୍ଧାଙ୍କୁ ଭତ୍ତା ମିଳୁଛି। ବାହାର ଦୁନିଆଠାରୁ ଆମେ ବହୁ ଦୂରରେ ଅଛୁ। ତେଣୁ ନଦୀ ଉପରେ ପୋଲ ନିର୍ମାଣ କରିବାକୁ ବାରମ୍ବାର ରାଜନେତାଙ୍କ ସମେତ ରାଇସିଂ ପଞ୍ଚାୟତ, ନନ୍ଦପୁର ବ୍ଲକ ଓ କୋରାପୁଟ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଏବଂ ମୌଖିକ ଅଭିଯୋଗ କରିଥିଲେ ମଧ୍ୟ କେହି ଆମ ଅଭିଯୋଗ କିମ୍ବା ସମସ୍ୟା ପ୍ରତି କର୍ଣ୍ଣପାତ କରୁନଥିବା କହିଛନ୍ତି। ଆଜିଯାଏଁ ପଞ୍ଚାୟତ ହେଉ କି ସାଧାରଣ ନିର୍ବାଚନରେ ଭୋଟ ଦେଇ ଆମେ ନିରାଶ ହୋଇଛୁ ବୋଲି କହିଛନ୍ତି। ତେଣୁ ସମସ୍ତ ଗ୍ରାମବାସୀ ଏକଜୁଟ ହୋଇ ସୋମବାର ସକାଳେ ହେବାକୁଥିବା ୨୦୨୪ ସାଧାରଣ ନିର୍ବାଚନର ମତଦାନ ବର୍ଜନ କରୁଛୁ। ଗ୍ରାମର କେହି ବି ଭୋଟ୍ ଦେବୁ ନାହିଁ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଥିବା ଗ୍ରାମର ସାଧୁ ଖରା, ଡମଣା ଖରା, ନରି ଖରା, ସୁରେନ୍ଦ୍ର ଖରା, ପୂର୍ଣ୍ଣ ଖରା, ନାସୁ ଖରା ପ୍ରମୁଖ କହିଛନ୍ତି। ଘଟଣା ସମ୍ପର୍କରେ ନନ୍ଦପୁର ବିଡିଓ ଦୁର୍ଗା ପ୍ରସାଦ ଦୋରାଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସପ୍ତାହକ ତଳେ ଦେବଷଣ୍ଢଗୁଡ଼ା ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟକୁ ଆସି ଗ୍ରାମର ସମସ୍ୟା ଓ ଭୋଟ୍ ବର୍ଜନ ସମ୍ପର୍କରେ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ପୂର୍ବରୁ ବ୍ଲକ ପ୍ରଶାସନ ତରଫରୁ ଗ୍ରାମ ପରିଦର୍ଶନ କରାଯାଇଥିଲା। କିନ୍ତୁ ବାସକୀ ନଦୀର ଆକାର ବଡ ଥିବାରୁ ପୋଲ ନିର୍ମାଣ ନିମନ୍ତେ ବହୁ ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଏସ ବିଲାପୁଟଠାରୁ କସନ୍ଦି ରାସ୍ତା ଓ ପୋଲ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଯାହାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ସୁନାବେଡା ବିଭାଗୀୟ ମଞ୍ଜୁରୀ ନିମନ୍ତେ ରାଜ୍ୟସ୍ତରକୁ ପଠା ଯାଇଥିବା କହିଛନ୍ତି। ଭୋଟ୍ ବର୍ଜନ ନିଷ୍ପତ୍ତି ସମ୍ପର୍କରେ ଜିଲା ପ୍ରଶାସନକୁ ଅବଗତ କରାଯାଇଛି। ଆଉଥରେ ଗ୍ରାମକୁ ଯାଇ ଲୋକଙ୍କ ସହ ଆଲୋଚନା କରି ଲୋକଙ୍କୁ ଭୋଟ ଦେବାକୁ ବୁଝାଯିବ ବୋଲି ଶ୍ରୀ ଦୋରା କହିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories