www.samajalive.in
Monday, December 8, 2025
13.1 C
Bhubaneswar

ଅକ୍ଷିମୁଠି ଅନୁକୂଳ କଲେ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ

ସମ୍ୱଲପୁର : ମୁଣ୍ଡରେ ପଗଡି, ହାତରେ ବାଡି । ପାରମ୍ପାରିକ ଚାଷୀ ବେଶରେ ସମ୍ବଲପୁର ଜିଲ୍ଳା ରେଙ୍ଗାଲି ସ୍ଥିତ ଢୋରୋପାଣି ଠାରେ ପହଞ୍ଚିବାପରେ ପ୍ରଣବ ପ୍ରକାଶଙ୍କୁ ସ୍ୱାଗତ କରାଯାଇଥିଲା। ସକାଳୁ ଚାଷୀଭାଇଙ୍କ ମଙ୍ଗଳକାମନା କରି ଦିନର ଆରମ୍ଭ କରିଛନ୍ତି ବିଜୁ ଜନତା ଦଳର ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସେ ଢୋରୋପାଣି ଗାଁରେ ଚାଷୀଭାଇଙ୍କ ତରଫରୁ ଆୟୋଜିତ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଚାଷଜମିରେ ପୂଜାର୍ଚ୍ଚନା କରି ଅକ୍ଷିମୁଠି ଅନୁକୂଳ କରିବା ସହିତ ଚାଷୀଭାଇଙ୍କ କ୍ଷେତ ଶସ୍ୟ ଶ୍ୟାମଳା ହୋଇ ପୁରି ଉଠୁ ବୋଲି ପ୍ରଭୁ ଜଗନ୍ନାଥ, ମା ସମଲେଶ୍ୱରୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଚାଷୀଙ୍କ ଉନ୍ନତି ନେଇ ମଙ୍ଗଳକାମନା କରିଥିଲେ ପ୍ରଣବ।
ଏହି ଅବସରରେ ସେ ଚାଷୀଭାଇମାନଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ଚାଷୀ ଭାଇଟିଏ ସାରା ଦୁନିଆକୁ ଆହାର ଯୋଗାଉଛି । ତେଣୁକରି ଚାଷୀଭାଇଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସଦା ତତ୍ପର । ସମ୍ବଲପୁର ସଂସଦୀୟ କ୍ଷେତ୍ରର ସର୍ବାଙ୍ଗୀନ ଉନ୍ନତି ପାଇଁ ଚାଷୀଙ୍କ ଉନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କୁ ଏଠାକୁ ପଠାଇଛନ୍ତି । ଚାଷ ଓ ଚାଷୀର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଜଳସେଚନ ପ୍ରକଳ୍ପ କରିଛନ୍ତି । ମହାନଦୀ ଉପରମୁଣ୍ଡରେ ଛତିଶଗଡରେ ଦାଦାଗିରି ସତ୍ତ୍ୱେ ଆବଶ୍ୟକ ପାଣି ଯୋଗାଉଛନ୍ତି । କାଳିଆ ଯୋଜନାରେ ରାଜ୍ୟର ଅନେକ ଚାଷୀ ଉପକୃତ ହେଉଛନ୍ତି । ସେହିଭଳି ମୁଖ୍ୟମନ୍ତ୍ରୀ ତାଙ୍କର ନିର୍ବାଚନୀ ଇସ୍ତିହାରରେ କୃଷି ଉଦ୍ଦେଶ୍ୟରେ ମାଗଣା ବିଦ୍ୟୁତ ପ୍ରଦାନ କରିବାକୁ ଉଲ୍ଲେଖ କରିଛନ୍ତି । ଆଗାମୀ ଦିନରେ ଚାଷୀଙ୍କ ପାଇଁ ଆହୁରି ଉନ୍ନୟନମୂଳକ ଯୋଜନା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି । ଯାହା ସେମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ସହିତ ସେମାନଙ୍କର ଆର୍ଥନୈତିକ ଅଭିବୃଦ୍ଧିକୁ ସୁଦୃଢ କରିବ ବୋଲି କୁହାଯାଉଛି ।

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories