www.samajalive.in
Saturday, December 13, 2025
26.1 C
Bhubaneswar

ଭାଲୁ ଗଛ ଚଢିବାରେ ଧୁରନ୍ଧର ! ଦେଖନ୍ତୁ ଏହି ଭାଇରାଲ ଭିଡିଓ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣଙ୍କର ଭାଲୁ ସମ୍ପର୍କରେ ଥିବା ଭ୍ରମ ଦୂର ହୋଇପାରେ । ଯଦି ଆପଣ ଭାବୁଥାନ୍ତି ଯେ ଭାଲୁ ଗଛ ଚଢିପାରିବନି ତେବେ ଆପଣ ଥରେ ଏହି ଭିଡିଓ ଦେଖିବା ଉଚିତ୍ । ଆଇଏଫଏସ୍ ଅଧିକାରୀ ପରବିନ୍ କାସଓ୍ବାନ୍ ଏକ ଭିଡିଓ ସେୟାର କରିଛନ୍ତି । ଏକ୍ସରେ ସେୟାର ହୋଇଥିବା ଏହି ଭିଡିଓରେ ଏକ ହିମାଚଳ କଳା ଭାଲୁ ଓ ତା ଛୁଆ ଏକ ଉଚ୍ଚ ଗଛରୁ ତଳକୁ ଓହ୍ଲାଉଛନ୍ତି ।

- Advertisement -

ଲୋକକଥାଠୁ ସମ୍ପୂର୍ଣ୍ଣ ବିପରୀତ ଏହି ଭିଡିଓଟି । ସାଧାରଣତଃ ଆପଣ ଅନେକ କାହାଣୀରେ ଶୁଣିଥିବେ ବା ଜାଣିଥିବେ କି ଭାଲୁ ଗଛ ଚଢିପାରେନି । କିନ୍ତୁ ଏଥିରେ ଭାଲୁ ଏକ ସୁନ୍ଦର ଗଛ ଚଢାଳୀ ଭଳି ଗଛରୁ ଓହ୍ଲାଉଛି । ଏହି ଭିଡିଓ ସମସ୍ତଙ୍କୁ ଚକିତ କରୁଛି ।

ନୂଆ ନିୟମ: ଖାଲି ପଡ଼ିଆ ନୁହେଁ, ରାସ୍ତାରେ ଦେବାକୁ ହେବ ଡ୍ରାଇଭିଂ ଟେଷ୍ଟ ! ନଚେତ୍ ମିଳିବନି ଲାଇସେନ୍ସ

ଭିଡିଓଟି ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ସମସ୍ତେ ଏହାକୁ ସେୟାର କରୁଛନ୍ତି । ପ୍ରାୟ ୨୬ ହଜାରରୁ ଅଧିକ ଲୋକ ଏହାକୁ ଦେଖିସାରିଲେଣି । ତେବେ ଆପଣ ଏହାକୁ ଦେଖନ୍ତୁ ଏବଂ ମନେ ରଖନ୍ତୁ ଯେ ଭାଲୁ ମଧ୍ୟ ଗଛ ଚଢିପାରେ । ନଚେତ୍ ଯଦି ଆପଣ କେବେ ଜଙ୍ଗଲରେ ଭାଲୁ ହାବୁଡରେ ପଡିଲେ ରକ୍ଷା ପାଇବା ପାଇଁ ଗଛରେ ଚଢିଯିବେ ହୁଏତ ତା ପରେ ଭାଲୁ ମଧ୍ୟ ଆପଣଙ୍କ ପଛେ ପଛେ ଗଛକୁ ଚଢିଯାଇପାରେ ଏବଂ ଆପଣଙ୍କୁ ଆକ୍ରମଣ କରିପାରେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories