www.samajalive.in
Sunday, December 14, 2025
23.1 C
Bhubaneswar

ଭୋଟ୍‌ ଦେଲେ ବିଜେପି ନେତାଙ୍କ ନାବାଳକ ପୁଅ, ଭିଡିଓ ଭାଇରାଲ ପରେ ତେଜୁଛି ବିବାଦ

ଭୋପାଳ: ମଧ୍ୟପ୍ରଦେଶରେ ଏକ ଭିଡିଓକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ଗୁରୁବାର ଇଣ୍ଟରନେଟ୍‌ରେ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ମଧ୍ୟପ୍ରଦେଶର ଭୋପାଳସ୍ଥିତ ବେରସିଆରେ ଲୋକସଭା ନିର୍ବାଚନ ପାଇଁ ମତଦାନ ସମୟରେ ଜଣେ ନାବାଳକ ଭୋଟ୍‌ ଦେଉଥିବା ଦେଖିବାକୁ ମିଳିଛି। କୁହାଯାଉଛି ଯେ, ଭୋଟ୍ ଦେଇଥିବା ବାଳକ ବିଜେପିର ଜିଲା ପଞ୍ଚାୟତ ସଦସ୍ୟ ବିନୟ ମେହେରଙ୍କ ପୁଅ। ମଙ୍ଗଳବାର ମତଦାନ ସମୟରେ ସେ ନିଜ ପିତାଙ୍କ ସହ ମତଦାନ କେନ୍ଦ୍ରକୁ ଯାଇଥିଲା ଏବଂ ଇଭିଏମରେ ନିଜ ପିତାଙ୍କ ଭୋଟ୍‌ ଦେଇଥିଲା। ୧୪ ସେକେଣ୍ଡର ଏହି ଭିଡିଓକୁ ବିଜେପି ନେତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ଶେୟାର କରାଯାଇଛି। କଂଗ୍ରେସ ନେତା କମଲନାଥଙ୍କ ଗଣମାଧ୍ୟମ ପରାମର୍ଶଦାତା ଏହି ଭିଡିଓକୁ ଏକ୍ସରେ ପୋଷ୍ଟ କରିଛନ୍ତି। ଭିଡିଓରେ ନାବାଳକ ଜଣକ ତା’ର ପିତାଙ୍କ ସହ ମତଦାନ କେନ୍ଦ୍ରରେ ଥିବା ଏବଂ ସେ ବିଜେପିର ନିର୍ବାଚନ ଚିହ୍ନ ପଦ୍ମ ସହ ଜଡ଼ିତ ଇଭିଏମର ବଟନ୍‌ ଦବାଉଥିବା ଦେଖିବାକୁ ମିଳିଛି। ଏହାପରେ ଭିଡିଓରେ ଦେଖାଯାଉଛି ଯେ, ଭୋଟର ଭେରିଫାଏଡ୍ ପେପର ଅଡିଟ୍ ଟ୍ରେଲ୍ ମେସିନ୍(ଭିଭିପାଟ)ରେ ଭୋଟ୍‌ ରେକର୍ଡ ହେଉଛି। ଏହାପରେ ମେହେର କହୁଛନ୍ତି, ‘‘ଠିକ ଅଛି। ଏବେ ବହୁତ ହୋଇଗଲା।’’


ଭିଡିଓ ଦେଖିବା ପରେ ଅନେକ ଲୋକ ପ୍ରଶ୍ନ ଉଠାଇଛନ୍ତି ଯେ, ମତଦାନ କେନ୍ଦ୍ରକୁ ମୋବାଇଲ୍‌ ଫୋନ୍‌ ନେବାକୁ ଅନୁମତି କେମିତି ମିଳିଲା? ଏବଂ ପିତା ନିଜ ପିଲାକୁ ପୋଲିଂ ବୁଥ୍‌କୁ ନେବାକୁ କିଭଳି ଅନୁମତି ଦିଆଗଲା? ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଗଣମାଧ୍ୟମ ପରାମର୍ଶଦାତା ପୀୟୁଷ ବବେଲେ ଏହି ଭିଡିଓକୁ ଏକ୍ସରେ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ‘‘ବିଜେପି ନିର୍ବାଚନ ଆୟୋଗଙ୍କୁ ପିଲାଖେଳରେ ପରିଣତ କରିଛି। ଭୋପାଳରେ ବିଜେପି ଜିଲା ପଞ୍ଚାୟତ ସଦସ୍ୟ ବିନୟ ମେହେର ତାଙ୍କ ନାବାଳକ ପୁଅ ଦ୍ଵାରା ମତଦାନ କରାଉଛନ୍ତି। ଭୋଟ୍‌ ଦେବା ସମୟରେ ବିନୟ ମେହେର ଭିଡିଓ ମଧ୍ୟ କରିଛନ୍ତି। ଭିଡିଓକୁ ସେ ଫେସ୍‌ବୁକରେ ପୋଷ୍ଟ କରିଛନ୍ତି। କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ?’’ ତେବେ ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ ଏହି ଭିଡିଓ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଭିଡିଓକୁ ଜିଲା ଅଧିକାରୀମାନଙ୍କୁ ପଠାଯାଇଛି। ଜିଲାପାଳ କୌଶଳେନ୍ଦ୍ର ବିକ୍ରମ ସିଂହ ଏହି ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories