www.samajalive.in
Friday, December 12, 2025
14.1 C
Bhubaneswar

ଇମ୍ରାନ୍‍ଙ୍କୁ ନାସିରୁଦ୍ଦିନ୍‍ଙ୍କ ଜବାବ: ନିଜ ଦେଶ କଥା ଆଗ ଦେଖ

ନୂଆଦିଲ୍ଳୀ: ଭିଡ଼ ହିଂସା ମନ୍ତବ୍ୟ ପରେ ବିବାଦୀୟ ହୋଇପଡ଼ିଥିବା ଅଭିନେତା ନାସିରୁଦ୍ଦିନ ଶାହା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‍ ଖାନ୍‍ଙ୍କୁ ଅନ୍ୟ ଦେଶର କଥାରେ ମୁଣ୍ଡ ନ ପୁରାଇ ନିଜ କଥା ଚିନ୍ତା କରି ବୋଲି କଡ଼ା ଜବାବ ଦେଇଛନ୍ତି। ‘ଭାରତରେ ଗାଈର ଜୀବନ ଜଣେ ପୁଲିସ କର୍ମଚାରୀଙ୍କ ଜୀବନ ତୁଳନାରେ ମୂଲ୍ୟବାନ’ ବୋଲି କହିବା ପରେ ନାସିରୁଦ୍ଦିନ ବିବାଦ ଘେରକୁ ଆସିଯାଇଥିଲେ। ଏହି ପ୍ରସଙ୍ଗରେ ଇମ୍ରାନ୍‍ କହିଥିଲେ ଯେ ‘ସଂଖ୍ୟାଲଘୁଙ୍କ ସହିତ କିପରି ବ୍ୟବହାର କରିବାକୁ ହୁଏ ତାହା ମୁଁ ନରେନ୍ଦ୍ର ମୋଦୀଙ୍କୁ ଶିଖାଇବି।’ ଏହାର ପ୍ରତ୍ୟୁତ୍ତରରେ ନାସିରୁଦ୍ଦିନ କହିଛନ୍ତି ଯେ ଆମେ ୭୦ ବର୍ଷର ଗଣତାନ୍ତ୍ରିକ ରାଷ୍ଟ୍ରର ନାଗରିକ। ଆମେ ଆମ ସମସ୍ୟା ସମାଧାନ କରିବା ଜାଣିଛୁ। ଯେଉଁ ପ୍ରସଙ୍ଗ ସହିତ ସମ୍ପୃକ୍ତି ନାହିଁ ସେହି ବିଷୟରେ ଇମ୍ରାନ୍‍ ମୁଣ୍ଡ ନ ଖେଳାଇ ନିଜ ଦେଶର ସମସ୍ୟା ସମାଧାନ ଦିଗରେ ମନୋନିବେଶ କରିବା ଉଚିତ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories