www.samajalive.in
Friday, December 12, 2025
27.1 C
Bhubaneswar

ଭୋଟ ଦେବାକୁ ୬୦ କି.ମି. ଯାଉଛନ୍ତି ଓଡ଼ିଶା ସୀମାନ୍ତ ଗ୍ରାମବାସୀ

ପାତ୍ରପୁର: ଆନ୍ଧ୍ର ପ୍ରଦେଶ ସୀମାନ୍ତ ଗଞ୍ଜାମ ଜିଲାର ଏମିତି ମତଦାନ କେନ୍ଦ୍ର ରହିଛି ଯେଉଁଠି ଭୋଟ ଦେବା ପାଇଁ ଲୋକଙ୍କୁ ୧୦ରୁ ୬୦ କି.ମି ପର୍ଯ୍ୟନ୍ତ ଯିବାକୁ ପଡୁଛି। ଏଥିମଧ୍ୟରୁ କିଛି ରାସ୍ତା ଚାଲିଚାଲି ଏବଂ ଆଉ କିଛି ରାସ୍ତା ଗାଡ଼ିରେ ଯିବାକୁ ପଡିଥାଏ। ସୀମାନ୍ତରେ ରହିଥିବା ବହୁ ଆଦିବାସୀ ଗାଁର ଅଧିବାସୀ ପାହାଡ଼ ଉପରୁ ଚାଲିଚାଲି ଭୋଟ ଦେବାକୁ ଯାଇଥାନ୍ତି। ବ୍ରହ୍ମପୁର ଲୋକସଭା ଅଧୀନ ଚିକିଟି ବିଧାନସଭା କ୍ଷେତ୍ରର ସୀମାନ୍ତ ଅଞ୍ଚଳରେ ରହିଥିବା ୪ଟି ବୁଥ୍‌ ବୁରାତାଲ, ଅଣ୍ଡଅଣ୍ଡା, ପୁରିଆ ସାହି ଏବଂ ତାଡ଼କା ସାହି ବୁଥ୍‌ରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି।

ଚିକିଟି ବିଧାନସଭା ଅଧୀନରେ ପାତ୍ରପୁର ବ୍ଲକର ୨୩ଟି ପଞ୍ଚାୟତରେ ୨୪୧ଟି ବୁଥ୍‌ ରହିଛି। ଆନ୍ଧ୍ର ସୀମାନ୍ତରେ ରହିଥିବା ପାତ୍ରପୁର ବ୍ଳକର ଦୁର୍ଗମ ବୁରାତାଲ, ଆଙ୍କୁଲି ଓ ତୁମ୍ବା ଅଞ୍ଚଳର ଲୋକମାନେ ଭୋଟ ଦେବାକୁ ପାହାଡ଼ରୁ ଓହ୍ଲାଇ ଆନ୍ଧ୍ର ବାଟ ଦେଇ ମତଦାନ କେନ୍ଦ୍ରରେ ପହଞ୍ଚିଥାନ୍ତି। ବୁରାତାଲ ପଞ୍ଚାୟତରେ ଦୁଇଟି ମତଦାନ କେନ୍ଦ୍ର ରହିଛି। ବୁରାତାଲର ବୁଥ୍‌ ନମ୍ୱର ୧୮୭ରେ ବିଭିନ୍ନ ଗ୍ରାମର ୧୩୬୩ ଜଣ ଭୋଟର ଅଛନ୍ତି।

- Advertisement -

ଗୁଡ଼ିପଦର, କମଳାଖତ, ଡାବୁଥଳି, ଗୁଡିଖଳା ପ୍ରଭୃତି ଗ୍ରାମର ଲୋକମାନେ ୪୦ କିଲୋମିଟର ବାଟ ଅତିକ୍ରମ କରି ଭୋଟ କେନ୍ଦ୍ରକୁ ଯାଉଥିବାବେଳେ କାପାଡ଼ିଆ ଗ୍ରାମର ଲୋକମାନେ ୬୦ କିଲୋମିଟର; ମାରମାରିଆ, ବାଲିଗାଁ, କୁରୁଗୁଡ଼,ମହଲିମ୍ବ, ବାଦୁଆ, କମଳା ଖତ ପ୍ରଭୁତି ଗ୍ରାମର ଲୋକଙ୍କୁ ୧୦ରୁ ୨୦ କିି.ମି.ରୁ ଅଧିକ ଦୂର ଯିବାକୁ ପଡୁଛି। ସେହିପରି ଅଣ୍ଡଅଣ୍ଡା ବୁଥ୍‌ (ନମ୍ୱର ୧୮୮)ରେ ୮୭୯ଜଣ ଭୋଟର ଥିବାବେଳେ ଏଠାକୁ ଭୋଟ ଦେବାକୁ ଆସୁଥିବା ଅନ୍ୟାନ୍ୟ ଗ୍ରାମବାସୀଙ୍କ ମଧ୍ୟରୁ କାନ୍ତିଗାଁ ଲୋକଙ୍କୁ ପ୍ରାୟ ୬୦ କିଲୋମିଟର ଯିବାକୁ ପଡ଼ୁଥିବା ବେଳେ କୁଶମଳା, ଲାଇଡା, ବାତରା ସାହି, ଅବାନ୍ଦିଆ, ବିଲୁଗାଁ ପ୍ରଭୃତି ଗ୍ରାମର ଲୋକମାନେ ୪୦କିଲୋମିଟର ଦୂର ଯିବାକୁ ପଡୁଛି।

ତୁମ୍ବା ପଞ୍ଚାୟତ ପୁରିଆ ସାହି ବୁଥ୍‌ ନମ୍ବର ୧୮୯ରେ ୧୧୯୩ ଜଣ ଭୋଟର ଅଛନ୍ତି। ସେଥିମଧ୍ୟରୁ ସୋରଡ଼ା, ତାଳବାଡ଼, ଅର୍ଜୁବା, ସାନ ଅଞ୍ଜାଗୁଲି, ବଡ଼ ଅଞ୍ଜାଗୁଲି, ସାନ ରମ୍ପା ଓ ବଡ଼ ରମ୍ପା ଗ୍ରାମର ଲୋକଙ୍କୁ ୩୫ରୁ ୪୦ କିଲୋମିଟର ଯିବାକୁ ପଡ଼ୁଛି। ଏଥିମଧ୍ୟରେ ପ୍ରାୟ ୨୦ କି.ମି. ରାସ୍ତା ଚାଲିବାକୁ ପଡୁଥିବାବେଳେ ଅନ୍ୟ ରାସ୍ତା ବସ୍‌ କିମ୍ବା ଅଟୋ ଯୋଗେ ଯିବାକୁ ପଡିଥାଏ। ୨୦ କି.ମି. ମଧ୍ୟରୁ ଆନ୍ଧ୍ର ପଟୋ ୧୦ କି.ମି ଏବଂ ଓଡ଼ିଶା ପଟରେ ୧୦ କି.ମି. ଅତିକ୍ରମ କରିଥାନ୍ତି। ଏହିସବୁ ଗ୍ରାମବାସୀ ଆନ୍ଧ୍ରପ୍ରଦେଶ ସୀମା ପାହାଡ଼ ଉପରେ ଏବଂ ପାଦଦେଶରେ ଥିବା ମହେନ୍ଦ୍ର ତନୟାନଦୀ କୂଳରେ ତିରିଶି ବର୍ଷ ପୂର୍ବେ ଆସି ପୂର୍ବ ଗ୍ରାମ ନାମରେ ବସତି ସ୍ଥାପନ କରି ରହୁଛନ୍ତି।

ଲୋକମାନେ ପାଦଚଲା ରାସ୍ତାରେ ୧୦ରୁ ୩୦ କିଲୋମିଟର ଆନ୍ଧ୍ରର କୁରୁଡାଲ ପହଞ୍ଚି ସେଠାରୁ ବସ କିମ୍ବା ଅଟୋରେ ଆନ୍ଧ୍ରର ପଙ୍କାଳକୁ ପ୍ରାୟ ୧୫ କିଲୋମିଟର ଆସି ମହେନ୍ଦ୍ରତନୟା ନଦୀ ପାର୍‌ ହୋଇ ଚାଲିଚାଲି ତୁମ୍ବା ଆସି ସେଠାରୁ ପୁରିଆସାହି ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଥାନ୍ତି। ସେହିପରି ଆଙ୍କୁଲି ପଞ୍ଚାୟତରେ ଥିବା ତାଡ଼କା ସାହି ବୁଥ୍‌କୁ କେତେକ ଗ୍ରାମର ଲୋକଙ୍କୁ ଦଶରୁ ତିରିଶି କିଲୋମିଟର ପର୍ଯ୍ୟନ୍ତ ଯିବାକୁ ପଡ଼ୁଛି। ଗୁଡିଖଳା ଗ୍ରାମବାସୀଙ୍କ ପାଖରେ ଉଭୟ ରାଜ୍ୟର ଭୋଟ ପରିଚୟପତ୍ର ରହିଛି।

ବିଭିନ୍ନ ସମୟରେ ଏହି ଲୋକମାନେ ଆନ୍ଧ୍ର ଏବଂ ଓଡ଼ିଶାର ନିର୍ବାଚନରେ ଭୋଟ ଦେଉଥିବା ନଜିର ରହିଛି। ଚଳିତ ପାର୍ଲାମେଣ୍ଟ ନିର୍ବାଚନ ପୂର୍ବରୁ ଗୁଡ଼ିଖଳା ଗ୍ରାମର କିଛି ଲୋକ ଆନ୍ଧ୍ର ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାବେଳେ ଏବେ ଗ୍ରାମରେ ଆନ୍ଧ୍ରର ପଞ୍ଚାୟତସ୍ତରୀୟ ବ୍ୟକ୍ତି ସେଠାରେ ଭୋଟଦେବା ନିମନ୍ତେ ପ୍ରଚାର କରିବାକୁ ନିୟମିତ ଆସୁଛନ୍ତି।

ଆନ୍ଧ୍ରର ମତଦାନ କେନ୍ଦ୍ର ଗ୍ରାମଠାରୁ ପାଞ୍ଚ କିଲୋମିଟର ଦୂରରେ ରହିଥିବା ବେଳେ ଓଡ଼ିଶାର ପାତ୍ରପୁର ବ୍ଳକରେ ଥିବା କେନ୍ଦ୍ର ୪୦ ଏବଂ ଗଜପତି ଗଙ୍ଗାବାଡ଼ କେନ୍ଦ୍ର ୬୦କିଲୋମିଟର ଦୂରରେ ରହିଛି। ଯାହାକୁ ନେଇ ଓଡ଼ିଶାର ସୀମାନ୍ତ ଅଞ୍ଚଳର ଭୋଟର ଦ୍ବନ୍ଦ୍ବରେ ରହୁଛନ୍ତି। ବୁରାତାଲ ପଞ୍ଚାୟତର ବୁରାତାଲ ବୁଥ୍‌ରେ ଆଙ୍କୁଲି ପଞ୍ଚାୟତର କୁମ୍ଭାରଦଲି ଗ୍ରାମର ଲୋକଙ୍କ ପାଇଁ ଭୋଟ କେନ୍ଦ୍ର ୬୫ କିଲୋମିଟର ଦୂର ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଚଳିତ ନିର୍ବାଚନରେ ନିକଟବର୍ତ୍ତୀ ତାଡକା ସାହି ବୁଥ୍‌ରେ ସେମାନେ ଭୋଟ ଦେବାକୁ ଯୋଜନା ହୋଇଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories