www.samajalive.in
Monday, December 8, 2025
24.1 C
Bhubaneswar

ଶେରଗଡରେ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ୍‌‌

ଗଞ୍ଜାମ: ଗଞ୍ଜାମ ଗସ୍ତରେ ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌‌। ଶେରଗଡ, ହିଞ୍ଜିଳି, ଖଲ୍ଲିକୋଟ ଓ ବ୍ରହ୍ମପୁରରେ ଆୟୋଜିତ ସଭାରେ ଯୋଗ ଦେବା ସହ ରୋଡ ସୋ କରିଛନ୍ତି। ଗୋପାଳପୁର ନିକଟରେ ଥିବା ଧବଳେଶ୍ୱର ମନ୍ଦିରରେ ପହଂଚିବା ପରେ ରୂପାନ୍ତର କାର୍ଯ୍ୟର ସମୀକ୍ଷା କରିବା ପରେ ରୋଡ ସୋ କରିଥିଲେ। ଶେରଗଡ ଗାଁରେ ଜନସଭାକୁ ସମ୍ବୋଧନ କରି ଦଳୀୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌‌ ମାଗିଥିଲେ। ପରେ ଶେରଗଡର ପିତ୍ତଳରେ ଜନସାଧାରଣଙ୍କୁ ସମ୍ବୋଧିତ କରି ଭୋଟ ମାଗିଛନ୍ତି। ମୁଖ୍ୟମନ୍ତ୍ରୀ ଆପଣଙ୍କୁ ବହୁତ ଭଲ ପାଆନ୍ତି। ଦିନ ରାତି ଆପଣଙ୍କ ପାଇଁ ସେ କାମ କରୁଛନ୍ତି। ୫ବର୍ଷରେ ପୁଣିଥରେ ସୁଯୋଗ ଆସିଛି, ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ ଆଶୀର୍ବାଦ କରିବା ସହ ଯୋଡି ଶଙ୍ଖରେ ଭୋଟ ଦେବାକୁ ଅପିଲ୍‌‌ କରିଛନ୍ତି। ସବୁ ମଠ, ମନ୍ଦିର, ସ୍କୁଲର ରୂପାନ୍ତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ଦିନ ଅଧିକରୁ ଅଧିକ ସଂଖ୍ୟାରେ ଭୋଟ ଦେବା ପାଇଁ ଯିବାକୁ ଅପିଲ୍‌‌ କରିଛନ୍ତି ପାଣ୍ଡିଆନ। ଡବଲ ଇଞ୍ଜନ ସରକାରରେ ୨୦୦ଟଙ୍କା ଭତ୍ତା ଦେଉଛି, କିନ୍ତୁ ନବୀନ ସରକାର ୧୦୦୦ ଟଙ୍କା ଲେଖାଏଁ ଭତ୍ତା ଦେଉଛନ୍ତି ବୋଲି କହିଛନ୍ତି ଭି.କେ ପାଣ୍ଡିଆନ। ଅପରାହ୍ନରେ ହିଞ୍ଜିଳିକାଟୁରେ ରୋଡ ସୋ କରିବା ପରେ ରାତିରେ ବ୍ରହ୍ମପୁରରେ ରୋଡ ସୋ କରି ଶକ୍ତି ପ୍ରଦର୍ଶନ ସହ ଭୋଟ ଭିକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।

 

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories