www.samajalive.in
Friday, December 12, 2025
23.1 C
Bhubaneswar

ଆମ ଦେଶରେ ନିର୍ବାଚନ ଦେଖିବେ ୭୫ ଜଣ ଅନ୍ତର୍ଜାତୀୟ ପ୍ରତିନିଧି

ଡେସ୍କ: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଜି ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ଏହି ବିଶାଳ ନିର୍ବାଚନ ପ୍ରକ୍ରିୟାର ବିଭିନ୍ନ ଦିଗ ସମ୍ପର୍କରେ ୭୫ ଜଣ ଅନ୍ତର୍ଜାତୀୟ ପ୍ରତିନିଧିଙ୍କୁ ଅବଗତ କରାଇଛନ୍ତି। ଶ୍ରୀ କୁମାର ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ୨୩ଟି ଦେଶର ନିର୍ବାଚନ ପରିଚାଳନା ସଂସ୍ଥାର ଅନ୍ତର୍ଜାତୀୟ ଅତିଥିମାନଙ୍କୁ ସମ୍ବୋଧିତ କରିଥିଲେ। ଲୋକସଭା ନିର୍ବାଚନ ଦେଖିବା ପାଇଁ ପ୍ରତିନିଧିମାନେ ଗତକାଲି ଭାରତରେ ପହଞ୍ଚିଥିଲେ। ଆଜି ଉଦଘାଟନୀ ଅଧିବେଶନ ଅନୁଷ୍ଠିତ ହୋଇଥିବା ଅନ୍ତର୍ଜାତୀୟ ନିର୍ବାଚନ ପରିଦର୍ଶକ କାର୍ଯ୍ୟକ୍ରମରେ ସେମାନେ ଯୋଗ ଦେଇଥିଲେ।

ଖାଦ୍ୟ ଦ୍ରବ୍ୟ ଓ ମସଲାରେ ବ୍ୟବହୃତ କୀଟନାଶକ ପରିମାଣ ସମ୍ପର୍କିତ ଖବର ମିଛ – ସ୍ପଷ୍ଟ କଲା କେନ୍ଦ୍ର କୃଷି ମନ୍ତ୍ରଣାଳୟ

- Advertisement -

ନିର୍ବାଚନ ଆୟୋଗ ଏହି ପ୍ରତିନିଧିମାନଙ୍କୁ ଗଣତାନ୍ତ୍ରିକ ଶ୍ରେଷ୍ଠତାର ସାକ୍ଷୀ ହେବା ପାଇଁ ନିମନ୍ତ୍ରଣ କରିଥିଲେ ବୋଲି କହିଛନ୍ତି। ଏହି ପ୍ରତିନିଧିମାନେ ୬ଟି ରାଜ୍ୟ ମହାରାଷ୍ଟ୍ର, ଗୋଆ, ଗୁଜରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଗସ୍ତ କରି ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଓ ଆନୁଷଙ୍ଗିକ ପ୍ରସ୍ତୁତି ଅନୁଧ୍ୟାନ କରିବେ। ଏହି କାର୍ଯ୍ୟକ୍ରମ ଚଳିତ ମାସ ୯ ତାରିଖରେ ଶେଷ ହେବ।

ଆଗରେ କିଏ, ମେ’ ୭କୁ ଅପେକ୍ଷା – ଶେଷ ହେଲା ପ୍ରଚାର

Hot this week

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

Related Articles

Popular Categories