www.samajalive.in
Friday, December 12, 2025
23.1 C
Bhubaneswar

ଜୁଆ ଆଡ୍ଡାରେ ଚଢାଉ, ୮ କୋର୍ଟ ଚାଲାଣ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଆରଏମସି ମାର୍କେଟ ପଛପଟ ପଡ଼ିଆରେ ଶନିବାର ରାତିରେ ୮ ଜଣ ଯୁବକ ଜୁଆ ଖେଳୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ସଦଳବଳେ ଚଢାଉ କରିଥିଲେ। ଏହି ସମୟରେ ଜୁଆଡ଼ିମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ପୁଲିସ ଜାଲରେ ଛନ୍ଦି ହୋଇଯାଇଥିଲେ। ସମସ୍ତ ୮ ଜଣଙ୍କୁ ଗିରଫ କରିବା ସହ ୫୯ ହଜାର ୪୫୦ ଟଙ୍କା, ୮ ଟି ମୋବାଇଲ, ଦୁଇଟି ବାଇକ୍ ଜବତ କରିଛି ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଅତାବିରାର ସି ଏଚ୍ ଶ୍ରୀନିବାସ(୪୫), ନବୀନ ଦାଶ(୩୫), ପ୍ରତାପ କେଶରୀ ସେଠ୍(୩୩), ଅମିତ୍ କୁମାର ବାଗ(୩୭), ମନୋଜ, କଳାପାଣିର ଶ୍ରଦ୍ଧାକର ରଣା(୩୫), ସୁବରାଜ୍ ଗୁପ୍ତା(୩୩) ଓ ଚେନେଇଆ ସେଠୀ(୨୯)। ରବିବାର ସନ୍ଧ୍ୟାରେ ଏମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ପୁଲିସ କୋର୍ଟ ଚାଲାଣ କରିଛି। ପ୍ରକାଶ ଥାଉକି, ଦୀର୍ଘ ଦିନ ଧରି ଏମାନେ ପୁଲିସ ଆଖିରେ ଧୂଳି ଦେଇ ଜୁଆ ଖେଳରେ ଲିପ୍ତ ରହି ଆସୁଥିଲେ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories