www.samajalive.in
Friday, December 12, 2025
19.1 C
Bhubaneswar

ଫିଲ୍ମ ନୁହେଁ, ଟିଭିରୁ କ୍ୟାରିୟର ଆରମ୍ଭ କରିଥିଲେ ପରିଣୀତି: ସାମ୍ନାକୁ ଆସିଲା ପୁରୁଣା ଭିଡିଓ

ନୂଆଦିଲ୍ଲୀ : ଅମର ସିଂହ ଚମକିଲାରେ ନିଜ ଅଭିନୟ ପାଇଁ ପ୍ରଶଂସା ସାଉଁଟୁଥିବା ପରିଣୀତି ଚୋପ୍ରାଙ୍କୁ କିଏ ବା ନଚିହ୍ନେ । ତେବେ ସମସ୍ତେ ଜାଣନ୍ତି କି ସେ ଫିଲ୍ମ ‘ଇଶକଜାଦେ’ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ତେବେ ସେ କୌଣସି ଫିଲ୍ମ ନୁହେଁ ବରଂ ଟିଭିରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ପରିଣୀତି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୁରୁଣା ଭିଡିଓ ସେୟାର କରି ଲେଖିଛନ୍ତି ତାଙ୍କ ପ୍ରକୃତ ଡେବ୍ୟୁ ।

 

View this post on Instagram

 

A post shared by @parineetichopra

- Advertisement -

ପରିଣୀତି ଯେଉଁ ଭିଡିଓ ସେୟାର କରିଛନ୍ତି ତାହା ଦୂରଦର୍ଶନର କୌଣସି କାର୍ଯ୍ୟକ୍ରମର ବୋଲି ଜଣାପଡୁଛି । ପରିଣୀତି ୧୩ ବର୍ଷ ବୟସରେ ପ୍ରଥମେ କ୍ୟାମେରାକୁ ସାମ୍ନା କରିଥିଲେ । ପରିଣୀତି ଯେଉଁ ଭିଡିଓ ସେୟାର କରିଛନ୍ତି ସେଥିରେ ସେ ନାଲି ରଙ୍ଗର ଡ୍ରେସ୍ ପିନ୍ଧିଛନ୍ତି । ପରିଣୀତି ଭିଡିଓରେ ଅନ୍ୟ ପିଲାଙ୍କ ସହିତ ‘ଅପନେ ଦେଶ କି ସେବା କରେଙ୍ଗେ ହମ୍’ ଗୀତ ଗାଉଥିବା ନଜର ଆସୁଛନ୍ତି । ତାଙ୍କର ଏହି ପୁରୁଣା ଭିଡିଓ ଦେଖି ଫ୍ୟାନ୍ସ ଚକିତ ହେଉଛନ୍ତି ।

ପରିଣୀତି ଚୋପ୍ରା ଏବେ ‘ଅମର ସିଂହ ଚମକିଲା’ର ସଫଳତାକୁ ଉପଭୋଗ କରୁଛନ୍ତି । ଫିଲ୍ମରେ ପରିଣୀତିଙ୍କ ଭୂମିକାକୁ ଯେଉଁଭଳି ପ୍ରଶଂସା ମିଳୁଛି ସେଥିରେ ସେ ଭାବୁକ ହୋଇପଡୁଛନ୍ତି । ଫିଲ୍ମ ରିଲିଜ ହେବା ପରେ ପରିଣୀତି ଏକ ପୋଷ୍ଟ କରିଥିଲେ ଯେଉଁଥିରେ ଲେଖାଥିଲା ‘ପରିଣୀତି ଇଜ୍ ବ୍ୟାକ୍ ।’

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories