www.samajalive.in
Friday, December 12, 2025
16.1 C
Bhubaneswar

ବେଦାନ୍ତରେ ବର୍ଦ୍ଧିତ ଶକ୍ତି ଦକ୍ଷତା ପାଇଁ ଉନ୍ନତ ଶକ୍ତି ପରିଚାଳନା ବ୍ୟବସ୍ଥା

ଲାଞ୍ଜିଗଡ଼: ବେଦାନ୍ତ ଲିମିଟେଡ, ଲାଞ୍ଜିଗଡ଼ ଭାରତର ଅଗ୍ରଣୀ ମେଟାର୍ଲଜିକାଲ ଗ୍ରେଡ ଆଲୁମିନା ଉତ୍ପାଦକ ଏହାର ୟୁନିଟରେ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଉନ୍ନତ ଶକ୍ତି ପରିଚାଳନା ବ୍ୟବସ୍ଥା ଗ୍ରହଣ କରିଛି । ଏହା ୧୨୦ଟି ଜଟିଳ ବୈଦ୍ୟୁତିକ ସମ୍ପତ୍ତିର କାର୍ଯ୍ୟଦକ୍ଷତା ମାପଦଣ୍ଡ ଉପରେ ନଜର ରଖିବାରେ ସାହାଯ୍ୟ କରିବ, ଯଦ୍ୱାରା ପ୍ଲାଣ୍ଟରେ ଶକ୍ତି ଦକ୍ଷତାର ବିକାଶ ହୋଇପାରିବ । ଏହା ଏକ ଉନ୍ନତ ଡିଜିଟାଲାଇଜେସନ ପ୍ରୟାସ ଯାହାକି ବର୍ଦ୍ଧିତ କାର୍ଯ୍ୟକ୍ଷମ ଅପ୍ଟିମାଇଜେସନ୍ ଓ ରିଫାଇନାରୀ କାର୍ଯ୍ୟର ସ୍ୱୟଂଚାଳିତ ବୃଦ୍ଧି ଘଟାଇବ।

ଜଟିଳ ପରିଚାଳନା ଗୁଡ଼ିକର ବ୍ୟବସ୍ଥିତ ମନିଟରିଂ, ବିଶ୍ଳେଷଣ ଓ ଅପ୍ଟିମାଇଜେସନ ନିଶ୍ଚିତ କରିବାକୁ ଶକ୍ତି ପରିଚାଳନା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଯାହା ସାମଗ୍ରିକ ଶକ୍ତି ଦକ୍ଷତାକୁ ଆଗେଇ ନେଇଥାଏ ଓ କେନ୍ଦ୍ରୀୟ ଡାଟାବେସର କାର୍ଯ୍ୟକୁ ସୁଗମ କରିଥାଏ। ଆଲୁମିନା ବିଶୋଧନ ପ୍ରକ୍ରିୟାରେ ଶକ୍ତିର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ଉନ୍ନତ, ସ୍ୱୟଂଚାଳିତ ଓ ଡାଟା ଆଧାରିତ ପ୍ରକ୍ରିୟା ଗୁଡ଼ିକର କାର୍ଯ୍ୟକାରିତା ଲାଗି ଶକ୍ତି ପରିଚାଳନା ପ୍ରଣାଳୀ ଏହାର ଦକ୍ଷତାକୁ ବଢାଇଥାଏ ଓ ଇଏସଜି ଲକ୍ଷ୍ୟ ହାସଲ ପାଇଁ ଗ୍ରୀନ ହାଉସ ଗ୍ୟାସ ନିର୍ଗମନକୁ କମ କରିଥାଏ।

- Advertisement -

ଏହି ଅବସରରେ ବେଦାନ୍ତ ଲିମିଟେଡର ଆଲୁମିନା ବିଜିନେସର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ଶକ୍ତି ପରିଚାଳନା ପ୍ରଣାଳୀ ପରି ପଦକ୍ଷେପ ମାଧ୍ୟମରେ ଆମେ ଶକ୍ତି ଦକ୍ଷତା ବୃଦ୍ଧି ଦିଗରେ ଆଗେଇବା ପାଇଁ ପ୍ରତିଶୃତିବଦ୍ଧ। ଯେକୌଣସି ଶିଳ୍ପ ପାଇଁ ଶକ୍ତି ଦକ୍ଷତା ପ୍ରୟୋଜନ, ଆମେ କାର୍ବନ ପଦଚିହ୍ନକୁ ହ୍ରାସ କରିବା ଲାଗି ସ୍ୱଚ୍ଛ ଓ ଅଧିକ ସ୍ଥାୟୀ ଶକ୍ତି ପ୍ରଣାଳୀକୁ ଏକତ୍ର କରୁଛୁ ଯାହା ଦ୍ୱାରା ସମସ୍ତଙ୍କ ଲାଗି ଏକ ସମୃଦ୍ଧ ଓ ସ୍ଥାୟୀ ଭବିଷ୍ୟତ ଗଠନ ହୋଇପାରିବ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories