www.samajalive.in
Sunday, December 14, 2025
26.1 C
Bhubaneswar

ଦିଲ୍ଲୀ ମେଟ୍ରୋରେ ନାବାଳକଙ୍କୁ ଯୌନ ଉତ୍ପୀଡ଼ନ, ସୋସିଆଲ ମିଡିଆରେ ଦୁଃଖ ବଖାଣି ପୁଲିସ ସହାୟତା ମାଗିଲେ

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀରେ ଜଣେ ୧୬ ବର୍ଷୀୟ ନାବାଳକଙ୍କୁ ଯୌନ ଉତ୍ପୀଡ଼ନ କରାଯାଇଥିବା ନେଇ ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ପୁରୁଷ ଏଭଳି କାଣ୍ଡ କରିଥିବା ନାବାଳକ ଜଣକ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନିଜର ଦୁଃଖ ବଖାଣିବା ସହିତ ପୁଲିସର ସହାୟତା ଲୋଡ଼ିଛନ୍ତି।

ନାବାଳକ ଜଣକ ସୋସିଆଲ ମିଡିଆ ଏକ୍ସ’ ଏବଂ ରିଡେଟ୍‌ରେ କରିଥିବା ଏକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, ଦିଲ୍ଲୀ ମେଟ୍ରୋରେ ରାଜୀବ ଛକ ମେଟ୍ରୋ ଷ୍ଟେଶନଠାରେ ତାଙ୍କୁ ଜଣେ ବ୍ୟକ୍ତି ଯୌନ ଉତ୍ପୀଡ଼ନ କରିଥିଲେ। ସେ ଯେତେବେଳେ ଟ୍ରେନରେ ଚଢ଼ିଲେ ସେତେବେଳେ ତାଙ୍କୁ ଲାଗିକରି ଜଣେ ବ୍ୟକ୍ତି ଛିଡ଼ା ହୋଇଥିଲେ। ତାଙ୍କ ଶରୀରର ପଛ ଭାଗରେ ଏକ ବ୍ୟାଗ୍‌ ଲାଗିଥିବା ସେ ହୃଦବୋଧ କରିଥିଲେ। କିନ୍ତୁ ପରେ ଅନୁଭବ କରିଥିଲେ ଯେ, ତାହା ବ୍ୟାଗ ନୁହେଁ, ଜଣେ ବ୍ୟକ୍ତିଙ୍କ ଅଙ୍ଗୁଳି ଥିଲା। କିଛି ସମୟ ପରେ ସମ୍ପୃକ୍ତ ବ୍ୟକ୍ତି ଜଣ ତାଙ୍କ ହାତ ଏବଂ ଶରୀରର ଅନ୍ୟ ଅଂଶରେ ହସ୍ତ ଚାଳନା କରିଥିଲେ। ସେ ଏକୁଟିଆ ଥିବାରୁ ଭୟଭୀତ ହୋଇପଡ଼ିଥିଲେ। ତାଙ୍କ ନିକଟରେ ପୁଲିସକୁ ଯୋଗାଯୋଗ କରିବା ପାଇଁ ନମ୍ବର ନ ଥିଲା। ଦୟା କରି କେହି ମୋତେ ପୁଲିସ ନମ୍ବର ଦିଅନ୍ତୁ । ମୁଁ ଘଟଣା ବିଷୟରେ ଲିଖିତ ଅଭିଯୋଗ କରିବାକୁ ଚାହୁଁଛି ବୋଲି ବାଳକ ଜଣକ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଗତ ୩ ତାରିଖ ରାତି ସାଢ଼େ ୮ଟାରୁ ୮ଟା ୪୦ ମିନିଟ ମଧ୍ୟରେ ଏହି ଘଟଣା ଘଟିଥିଲା ବୋଲି ସେ କହିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories