www.samajalive.in
Tuesday, December 9, 2025
26.1 C
Bhubaneswar

ବାସ୍ତୁ ସମସ୍ୟାର କାରଣ ଓ ଏହାର ପ୍ରଭାବ

ଅଧିକ ଧନ ରୋଜଗାର କରିବା ସର୍ତ୍ତେ ଘରେ ଧନର ଅଭାବ ଦେଖାଦେଇଥାଏ। ଏଭଳି ଘଟଣା ବହୁବାର ଦେଖିବାକୁ ମିଳିଥାଏ। ବାସ୍ତୁ ଜନିତ ସମସ୍ୟା କାରଣରୁ ଟଙ୍କାପଇସାର ଅଭାବ ହୋଇଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି। ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ନିକଟରେ ଥିବା କେତେକ ଜିନିଷ କାରଣରୁ ଏହି ବାସ୍ତୁଦୋଷ ସୃଷ୍ଟି ହୋଇଥାଏ। ଯେଉଁ କାରଣରୁ ପରିବାରର ସଦସ୍ୟଙ୍କ ଶରୀର ରୋଗଗ୍ରସ୍ତ,ମାନସିକ ଚିନ୍ତା, ଆର୍ଥିକ ସମସ୍ୟା, ସଦସ୍ୟଙ୍କ ମଧ୍ୟରେ ମତଭେଦ ଭଳି ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ କେଉଁ କାରଣରୁ ଏହି ସମସ୍ୟା ସୃଷ୍ଟି ହୁଏ….
ବୁଢୀଆଣି ଜାଲ –ଘରେ ଯେପରି ବୁଢୀଆଣି ଜାଲ ନ ହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଘରେ ବୁଢୀଆଣି ଜାଲ ରହିଲେ ପରିବାରରେ ଚିନ୍ତା ଓ ଦୁଃଖ ଲାଗି ରହେ।
ଭଙ୍ଗା କାଚ – ଘରେ ଭଙ୍ଗା ଦର୍ପଣ ଓ ଭଙ୍ଗା କାଚ ରଖିବା ଅନୁଚିତ। ଏହା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଆର୍ଥିକ ସମସ୍ୟା ଲାଗି ରହେ।
ଘରେ ବାଦୁଡ଼ି ପ୍ରବେଶ କରିବା ମଧ୍ୟ ଅଶୁଭ ବୋଲି କୁହାଯାଇଥାଏ।
ଘରେ ଥିବା କଳରୁ ଯଦି ସର୍ବଦା ପାଣି ଟପଟପ ପଡ଼ୁଥାଏ, ତେବେ ଘରେ ରହୁଥିବା ସଦସ୍ୟ ଚିନ୍ତାଗ୍ରସ୍ତ ରହିବା ସହ ଟଙ୍କାପଇସା ଅଭାବ ଲାଗି ରହେ।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories