www.samajalive.in
Sunday, December 7, 2025
14.1 C
Bhubaneswar

ମୋଦୀଙ୍କୁ ବିରୋଧ ଯୋଗୁଁ ଲଟକିଛି ସନ୍ଦର୍ଭ ମୂଲ୍ୟାୟନ!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବିଭିନ୍ନ ସମୟରେ ସ୍ଲୋଗାନ୍‍ ଦେଉଥିବାରୁ ଏମ୍‍ଫିଲ୍‍ ସନ୍ଦର୍ଭ ମୂଲ୍ୟାୟନ ବିଳମ୍ବିତ କରାଯାଉଛି। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଜେଏନ୍‍ୟୁ ଛାତ୍ରସଂସଦ ସଭାପତି ଏନ ସାଇ ବାଲାଜୀ।
ଛାତ୍ର ସଂସଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ସଂସଦର ମୁଖ୍ୟଙ୍କୁ ଏବେ ଦୁଇ ଦୁଇଟି ତଦନ୍ତର ସାମ୍ନା କରିବାକୁ ପଡ଼ିଛି। ଗୋଟିଏ ପକ୍ଷରେ ମୋଦୀ, ଆରଏସ୍‍ଏସ୍‍ ଓ କୁଳପତିଙ୍କ ବିରୋଧୀ ମନ୍ତବ୍ୟ ଏବଂ ଅନ୍ୟପକ୍ଷରେ ଜେଏନ୍‍ୟୁର ଠିକା କର୍ମଚାରୀଙ୍କ ଆନ୍ଦୋଳନରେ ଯୋଗ ଦେବା ଘଟଣାରେ ତାଙ୍କୁ ତଦନ୍ତର ସାମ୍ନା କରିବାକୁ ପଡ଼ୁଛି। ସଂସଦର ଅନ୍ୟାନ୍ୟ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀଙ୍କୁ ମଧ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ମିଥ୍ୟା ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ହଇରାଣ ହରକତ କରାଯାଉଛି। କେବଳ ସେତିକି ନୁହେଁ ମୋଦୀ ସରକାରଙ୍କ ସମର୍ଥକ ଭାବେ ଜଣାଣୁଣା ଜେଏନ୍‍ୟୁ କୁଳପତି ଜଗଦୀଶ କୁମାର ମଧ୍ୟ ଅଧ୍ୟାପକଙ୍କୁ ହଇରାଣ କରୁଥିବା ଛାତ୍ର ସଂସଦ ଅଭିଯୋଗ ଆଣିଛି।
ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ଯେ ବାଲାଜୀଙ୍କୁ ଲାଇବ୍ରେରୀ, ଶ୍ରେଣୀ କକ୍ଷ ଓ ଛାତ୍ରାବାସରେ ରହିବାରୁ ବାରଣ କରାଯାଇନାହିଁ। କିନ୍ତୁ ତାଙ୍କୁ କୌଣସି ପ୍ରମାଣପତ୍ର ଦିଆଯାଇପାରିବ ନାହିଁ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories