www.samajalive.in
Sunday, December 14, 2025
26.1 C
Bhubaneswar

ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ, କହିଲେ ଇସ୍ତଫା ଦେଇନି

ଭୁବନେଶ୍ବର: ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ବିଜେପି ଛାଡ଼ିଥିବା ସେ ଦଳ ଛାଡ଼ିଥିବା ଉଲ୍ଲେଖ  ରହିଥିଲା। ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ବିଜେପିରୁ ଇସ୍ତଫା ଖବର ରାଜ୍ୟରେ ବିଜୁଳି ବେଗରେ ବ୍ୟାପି ଯାଇଥିଲା।

ଅପରପକ୍ଷରେ ବିଜେପିରୁ ଇସ୍ତଫା ଖବରକୁ ସମ୍ବଲପୁର ସାଂସଦ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ‘ ମୁଁ ବିଜେପିରୁ ଇସ୍ତଫା ଦେଇନାହିଁ। ମୁଁ ବିଜେପିରେ ରହିଛି ଓ ରହିବି। ଦେବଗଡ଼ରେ ବିଜେପି ପାଇଁ ପ୍ରଚାର କରିବି। ମୋ ଫେସବୁକ ଆଇଡି ହ୍ୟାକ ହୋଇଛି। ’

- Advertisement -

ସୋସିଆଲ୍ ମିଡିଆରେ ଫେସବୁକରେ ଉଲ୍ଲେଖଥିଲା ଯେ ‘ମୋର ଅସୁସ୍ଥତା କାରଣରୁ ମୁଁ କିଛି ଦିନ ପାଇଁ ରାଜନୈତିକ କାର୍ଯ୍ୟକଳାପରୁ ବିରତି ନେଇ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଉଛି । ଆପଣ ଆମର ବାମଣ୍ଡା ରାଜ ପରିବାରର ରାଣୀ ଓ ମୋର ଧର୍ମପତ୍ନୀ ଅରୁନ୍ଧତୀ କୁମାରୀ ଦେବୀଙଙ୍କୁ ସହଯୋଗ ଓ ଆଶୀର୍ବାଦ ଦେବେ ବୋଲି ଆଶା ଏବଂ କାମନା କରୁଛି ।’

୨୦୧୯ ନିର୍ବାଚନରେ ସମ୍ବଲପୁରରୁ ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ନୀତେଶ ଗଙ୍ଗଦେବ। ତେବେ ୨୦୨୪ ନିର୍ବାଚନ ପାଇଁ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇନଥିଲା। ତାଙ୍କୁ ଟିକଟ ନ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବଲପୁରରୁ ଲୋକସଭା ପ୍ରାର୍ଥୀ ହେବା ପାଇଁ ବିଜେପି ଟିକଟ ଦେଇଥିଲା। ଅନ୍ୟପଟେ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ କିଛି ଦିନ ତଳେ ବିଜେଡିରେ ସାମିଲ ହେଇଥିଲେ । ବିଜେଡିରେ ସାମିଲ ହେବାପରେ ଅରୁନ୍ଧତୀ ଦେବୀଙ୍କୁ ବିଜେଡି ଦେବଗଡ ବିଧାନସଭା ଆସନରୁ ତାଙ୍କୁ ପ୍ରାର୍ଥୀ କରିଛି। ତେବେ ନୀତେଶ ବିଜେପିରୁ ଇସ୍ତଫା ଦେବାପରେ ବିଜେଡିରେ ଯୋଗଦେବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହୋଇଥିଲା। ବିଜେଡିରେ ସାମିଲ ହୋଇ ପତ୍ନୀଙ୍କ ପାଇଁ ପ୍ରଚାର କରିବେ ଏବଂ ପତ୍ନୀ କିଭଳି ବିଜୟୀ ହେବେ ସେଥିପାଇଁ ସାରଥୀ ପାଲଟିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories