www.samajalive.in
Sunday, December 14, 2025
26.1 C
Bhubaneswar

କଳାହାଣ୍ଡି ଲୋକସଭାରେ ୧୧ ପ୍ରାର୍ଥୀ ଲଢ଼ିବେ, ବିଧାନସଭା ପାଇଁ ନର୍ଲାରେ ସର୍ବାଧିକ ୧୨ ଏବଂ ଜୁନାଗଡ଼ ରେ ସର୍ବନିମ୍ନ ୬ ପ୍ରାର୍ଥୀ

ଭବାନୀପାଟଣା: ଆଜି ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। କଳାହାଣ୍ଡି ଲୋକସଭା ଆସନ ରେ କଂଗ୍ରେସ ର ଦ୍ରୌପଦୀ ମାଝୀ, ବିଏସପି ର ବିରଞ୍ଚି ନାରାୟଣ ଦୁର୍ଗା, ବିଜେପି ର ମାଳବିକା ଦେବୀ, ବିଜେଡି ର ଲମ୍ବୋଦର ନିଆଲ, ଏସପି ର ଶିବ ହାତୀ, ସମୃଦ୍ଧ ଓଡିଶା ର ହିମାଂଶୁ ତ୍ରିପାଠୀ, ଏବଂ ସ୍ଵାଧୀନ ପ୍ରାର୍ଥୀ ଭାବେ ଉମାକାନ୍ତ ତାଣ୍ଡି, ଗଙ୍ଗାଧର ଜାଲ, ଡ. ଧର୍ମାନନ୍ଦ ଗହିର, ନରେଶ ହିଆଁଲ, ରାଜାରାମ ସାହୁ ନିର୍ବାଚନ ଲଢ଼ିବେ।

ସେହିଭଳି ଲାଞ୍ଜିଗଡ ବିଧାନସଭା ଆସନ ପାଇଁ କଂଗ୍ରେସ ର ବଳଭଦ୍ର ମାଝୀ, ବିଏସପି ର ମୋହନ ସିଂହ ମାଝୀ, ବିଜେପି ର ରମେଶ ଚନ୍ଦ୍ର ମାଝୀ, ବିଜେଡି ର ପ୍ରଦୀପ କୁମାର ଦିଶାରୀ, ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ର ଉଦ୍ଧବ ନାଏକ, ଏସପି ର ରାକ୍ଷୀ ନାଏକ ଏବଂ ସ୍ଵାଧୀନ ପ୍ରାର୍ଥୀ ଭାବେ ଫୁଲମେ ମାଝୀ ତଥା ସୁରେଶ ମାଝି ନିର୍ବାଚନ ଲଢ଼ିବେ।

- Advertisement -

ଜୁନାଗଡ଼ ଆସନରେ କଂଗ୍ରେସ ର ତୁଲେଶ୍ୱର ନାଏକ, ବିଜେଡି ର ଦିବ୍ୟ ଶଙ୍କର ମିଶ୍ର, ବିଜେପି ର ମନୋଜ କୁମାର ମେହେର, ଓଡ଼ିଶା ଜନତା ପାର୍ଟି ର ରବି ହରିଜନ ଏବଂ ସ୍ଵାଧୀନ ଭାବେ ପରମେଶ୍ବର କାଣ୍ଡ, ସୁଧାନିଧି ନାଏକ ନିର୍ବାଚନ ଲଢ଼ିବେ।

ଧର୍ମଗଡ ଆସନରେ କଂଗ୍ରେସ ର ରଶ୍ମିରେଖା ରାଉତ, ବିଏସପି ର ତିର୍ଥରାଜ ଦୁର୍ଗା, ବିଜେଡି ର ପୁଷ୍ପେନ୍ଦ୍ର ସିଂହଦେଓ, ବିଜେପି ର ସୁଧିର ରଞ୍ଜନ ପଟ୍ଟଯୋଶୀ, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ର ଟଙ୍କଧର ଶବର, ଏସପି ର ସନ୍ତୋଷ କୁମାର ଭୋଇ, ସ୍ଵାଧୀନ ଭାବେ ପ୍ରହଲ୍ଲାଦ ଅଗ୍ରୱାଲ, ରୂପଧର ନାଏକ, ସୌମ୍ୟରଞ୍ଜନ ନାଏକ, ହେମାଙ୍ଗିନୀ ହଂସ ଏବଂ ହେରମ୍ବ ସେନାପତି ନିର୍ବାଚନ ଲଢ଼ିବେ।

ଭବାନୀପାଟଣା ଆସନରେ  ବିଜେପି ର ପ୍ରଦୀପ୍ତ କୁମାର ନାଏକ, ଆପ ର ରମେଶ ନାଏକ, କଂଗ୍ରେସ ର ସାଗର ଚରଣ ଦାସ, ବିଏସପି ର ସୁଗ୍ରୀ ଦୀପ , ବିଜେଡି ର ଲଳିତା ନାଏକ, ଏସପି ର ଦୁର୍ଯ୍ୟୋଧନ ଠାକୁର, ସ୍ଵାଧୀନ ପ୍ରାର୍ଥୀ ଭାବେ ଛାୟାକାନ୍ତି ଖମାରୀ, ମହେନ୍ଦ୍ର ଧଙ୍ଗଡା ମାଝୀ, ରମେଶ କୁମାର ମହାନନ୍ଦ, ରୋହିତ ଦୁର୍ଗା ଏବଂ ସଞ୍ଜୟ ସୁନାନୀ ନିର୍ବାଚନ ଲଢ଼ିବେ।

ନର୍ଲା ବିଧାନସଭା ଆସନରେ କଂଗ୍ରେସ ର ଭକ୍ତ ଚରଣ ଦାସ, ବିଜେପି ର ଅନିରୁଦ୍ଧ ପଧାନ, ବିଏସପି ର ଦୁର୍ଯୋଧନ କୁମାର, ଆପ ର ପ୍ରୁଥିରାଜ୍ ଛତ୍ରିଆ, ବିଜେଡି ର ମନୋରମା ମହାନ୍ତି, ଓଡ଼ିଶା ଜନତା ପାର୍ଟି ର କାଜଲ ପଟ୍ଟନାୟକ, ଆମ୍ବେଦକରାଇଟ ପାର୍ଟି ଅଫ ଇଣ୍ଡିଆ ର ଗଭୀର ସୁନା, ନେସନାଲ ଆପନି ପାର୍ଟି ର ଶଶିଦେବ ହରିଜନ, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ର ଶିବରାମ ନାଏକ, ସ୍ଵାଧୀନ ଭାବେ ଟିକେମନ ଦୀପ, ପ୍ରଦୀପ କୁମାର ନାଏକ, ରୋଜାରାଣୀ ଜାଲ ନିର୍ବାଚନ ଲଢ଼ିବେ।

ତଥ୍ୟ ଅନୁଯାୟୀ କଳାହାଣ୍ଡି ଲୋକସଭା ଆସନରେ ମୋଟ ୧୧ ଜଣ ପ୍ରତିଦ୍ବନ୍ଦୀ ନିର୍ବାଚନ ଲଢ଼ିବେ। ତେବେ ନର୍ଲା ବିଧାନସଭା ଆସନରେ ସର୍ବାଧିକ ୧୨ ପ୍ରାର୍ଥୀ ନିର୍ବାଚନ ଲଢୁଥିବା ବେଳେ ଜୁନାଗଡ଼ ରେ ସର୍ବନିମ୍ନ ୬ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନ କୁ ଓହ୍ଲାଇଛନ୍ତି। ସେହିଭଳି ଲାଞ୍ଜିଗଡ (ସଂ) ଆସନ ରେ ୮ ଜଣ, ଧର୍ମଗଡ ଏବଂ ଭବାନିପାଟଣା (ସଂ) ଆସନରେ ୧୧ ଜଣ ଲେଖାଏଁ ପ୍ରତିଦ୍ବନ୍ଦୀ ରହିଛନ୍ତି। ଆସନ୍ତାକାଲି ଠାରୁ ଜିଲ୍ଲାରେ ପ୍ରଚାର କାର୍ଯ୍ୟ ଆରମ୍ଭ ହେଉଥିବା ବେଳେ ନିର୍ବାଚନ କମିଶନ ଦ୍ଵାରା ନିଯୁକ୍ତ ପର୍ଯ୍ୟବେକ୍ଷକ ମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ ଆରମ୍ଭ କରି ଦେଇଛନ୍ତି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories