www.samajalive.in
Saturday, December 13, 2025
21.1 C
Bhubaneswar

ବଜ୍ରପାତରେ ବାପ ମୃତ, ପୁଅ ସମେତ ୩ ଆହତ

ପାତ୍ରପୁର : ପାତ୍ରପୁର ଗ୍ରାମରେ ଆଜି ଅପରାହ୍ନରେ ବଜ୍ରପାତ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ପୁଅ, ୨ଜଣ ମହିଳାଙ୍କ ସମେତ ତିନି ଜଣ ଆହତ ହୋଇଛନ୍ତି । ମୃତ ବ୍ୟକ୍ତି ଜଣକ ପାତ୍ରପୁର ଗ୍ରାମର ସୀମାଞ୍ଚଳ ସାହୁ ବୋଲି ଜଣାପଡିଛି। ଆଜି ଅପରାହ୍ନରେ ପାତ୍ରପୁର ଗୌଡ଼ସାହିର ସୀମାଞ୍ଚଳ ଏବଂ ତାଙ୍କ ପୁଅ ସହିତ ଅନ୍ୟ କିଛି ବ୍ୟକ୍ତି ରାଶି ଅମଳ ପାଇଁ ଗ୍ରାମ ନିକଟ ଜମିକୁ ଯାଇ ଅମଳ କରୁଥିଲେ। ଏହି ସମୟରେ କାଳବୈଶାଖୀ ବର୍ଷା ହେବା ସହିତ ବଜ୍ରପାତ ଘଟି ସୀମାଞ୍ଚଳଙ୍କ ସହିତ ତାଙ୍କ ପୁଅ ଶିବଶଙ୍କର ସାହୁ, ପଦ୍ମା ଗୌଡ଼ ଏବଂ ବୈଜୟନ୍ତୀ ବେହେରା ଆହତ ହୋଇଥିଲେ। ଏହା ଜାଣିବା ପରେ ନିକଟରେ ରାଶି ଅମଳ କରୁଥିବା ଅନ୍ୟ ବ୍ୟକ୍ତିମାନେ ସମସ୍ତ ଆହତଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ତେବେ ଡାକ୍ତର ସୀମାଞ୍ଚଳଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଆହତମାନେ ପାତ୍ରପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ପୁଲିସ ଖବର ପାଇ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories