www.samajalive.in
Saturday, December 6, 2025
19.1 C
Bhubaneswar

ମଧୁପୁର-ରାମଚନ୍ଦ୍ରପୁର-ଗୋପାଳପୁରରେ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ

ଲାଞ୍ଜିଗଡ : ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବାକୁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରାଯାଇ ଜନ ସାଧାରଣଙ୍କୁ ସଚେତନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ନର୍ଲା ପୁଲିସ ପକ୍ଷରୁ ଆଜି ଲାଞ୍ଜିଗଡ ବ୍ଲକ ଗୋବର୍ଧନପୁର ପଂଚାୟତ ମଧୁପୁର, ରାମଚନ୍ଦ୍ରପୁର ଓ ଗୋପାଳପୁରଠାରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ନର୍ଲା ଥାନାଧିକାରୀ ମମତା ପାଣିଗ୍ରାହୀଙ୍କ ନେତୃତ୍ୱରେ ଏସଆଇ କୃତ୍ତିବାସ ପୂଜାରୀ, ବିଳାସିନୀ ଭୋଇ, ଏଏସଆଇ ଅବନୀ ଖୁରା, ମୀନକେତନ ଶବରଙ୍କ ସମେତ ନର୍ଲା ପୁଲିସ ଓ ସିକେରକୁପାସ୍ଥିତ ସିଆରପିଏଫ ୬୪ ବାଟାଲିୟନର ଏକ ପ୍ଲାଟୁନ ଯବାନ ସାମିଲ ହୋଇଥିଲେ। ଫ୍ଲାଗ ମାର୍ଚ୍ଚ ସହିତ ଆଗାମୀ ନିର୍ବାଚନରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଓ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ବାର୍ତ୍ତା ଦେବାକୁ ପୁଲିସ ପକ୍ଷରୁ ଏହି ମହତ ପ୍ରଚେଷ୍ଟା କରାଯାଇଥିବା ସୂଚନା ମିଳିଛି। ଏପରିକି ପୁଲିସ ଓ ସିଆରପିଏଫର ମିଳିତ ଫ୍ଲାଗ ମାର୍ଚ୍ଚକୁ ନେଇ ସାଧାରଣରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories