www.samajalive.in
Monday, December 8, 2025
24.1 C
Bhubaneswar

କାର-ବାଇକ ଧକ୍କା, ମଉସା ଓ ପୁତୁରା ମୃତ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୧୬ ରଣ୍ଢା ଛକର ଅନତି ଦୂରରେ ଏକ ଦୃତଗାମୀ କାର ଏକ ମୋଟରସାଇକେଲ କୁ ଧକ୍କା ଦେବାରୁ ଚାଳକ ମଉସା ଓ ପଛରେ ବସିଥିବା ପୁତୁରାର ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ବଣିଆର ମୂଳ ବାସିନ୍ଦା ତଥା ବର୍ତ୍ତମାନ କନିଷିହାଟ ଗଣେଶ ନଗରରେ ରହୁଥିବା ଧନୁ ଗୌଡ (୪୦) ଓ ଲାଞିପଲ୍ଲୀ ଗୈଡ ସାହିର ସନ୍ଦୀପ ଗୌଡ (୦୮) ବୋଲି ପୁଲିସ ସୂଚନା ଦେଇଛି। ମୃତକ ଧନୁ ନିଜ ଶାଳୀଙ୍କ ପୁଅ ସନ୍ଦିପକୁ ମୋଟରସାଇକେଲରେ ସାଥୀରେ ରଣ୍ଢା ଯାଉଥିବା ବେଳେ ବ୍ରହ୍ମପୁର ପଟୁ ଆସୁଥିବା ଏକ ଦୃତଗାମୀ କାର ପଛପଟୁ ଧକ୍କା ଦେଇଥିଲା। ଫଳରେ ମୋଟରସାଇକେଲରେ ଯାଉଥିବା ଧନୁ ଓ ସନ୍ଦୀପ ଘଟଣାସ୍ଥଳରେ ମୋଟର ସାଇକେଲରୁ ଛିଟିକି ରାସ୍ତା ଉପରେ କଚାଡି ହୋଇ ପଡି ଯାଇଥିଲେ। ଘଟଣାସ୍ଥଳରେ ସନ୍ଦିପଙ୍କ ମୃତ୍ୟୁ ଘଟିଥିବା ବେଳେ ଧନୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଗୁରୁତର ହୋଇ ଯାଇଥିଲେ। ଦୃତଗାମୀ କାରଟି ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରିଥିବା ବେଳେ ରଣ୍ଢା ଠାରେ କିଛି ଯୁବକ କାରଟିକୁ ଅଟକାଇବା ସହ ପୁଲିସକୁ ଖବର ଦେଇଥିଲେ। ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲ ନିଆଯାଇଥିଲା। ଧନୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଘଟଣା ନେଇ ପରିବାର ବର୍ଗଙ୍କ ପକ୍ଷରୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories