www.samajalive.in
Wednesday, December 10, 2025
26.1 C
Bhubaneswar

ଦ୍ୱିପାକ୍ଷିକ ଆଲୋଚନା ପାଇଁ ବାଂଲାଦେଶ ଗସ୍ତ କରିବ ୪ ଜଣିଆ ପ୍ରତିନିଧି ଦଳ

ଡେସ୍କ: ପ୍ରଶାସନିକ ସଂସ୍କାର ଓ ଜନ ଅଭିଯୋଗ ବିଭାଗ (ଡିଏଆରପିଜି)ର ୪ ଜଣିଆ ପ୍ରତିନିଧି ଦଳ ଜାତୀୟ ସୁଶାସନ କେନ୍ଦ୍ର ଏବଂ ବାଂଲାଦେଶ ଲୋକ ପ୍ରଶାସନ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ରର ନବୀକରଣ ପାଇଁ ଦ୍ୱିପାକ୍ଷିକ ଆଲୋଚନା ପାଇଁ ବାଂଲାଦେଶ ଗସ୍ତ କରିବେ। ଆଜିଠାରୁ ଏହି ତିନି ଦିନିଆ ଗସ୍ତ ସମୟରେ ଡିଏଆରପିଜି ସଚିବ ଭି ଶ୍ରୀନିବାସ ବାଂଲାଦେଶର ସାଧାରଣ ପ୍ରଶାସନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ।

୪୩ ଡିଗ୍ରୀ ଉପରେ ୧୨ ସହର, ୪୪.୩ ଡିଗ୍ରୀ ସହ ଅନୁଗୁଳ ସବୁଠୁ ଉତ୍ତପ୍ତ

- Advertisement -

ନ୍ୟାସନାଲ ସେଣ୍ଟର ଫର ଗୁଡ୍ ଗଭର୍ଣ୍ଣାନ୍ସ ଏବଂ ବାଂଲାଦେଶର ଲୋକ ପ୍ରଶାସନ ମନ୍ତ୍ରଣାଳୟ ୨୦୧୪ ମସିହାରୁ ବାଂଲାଦେଶ ବେସାମରିକ କର୍ମଚାରୀମାନଙ୍କ ପାଇଁ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଆୟୋଜନ କରିବାରେ ସହଯୋଗ କରୁଛନ୍ତି। ଦ୍ୱିପାକ୍ଷିକ ସହଯୋଗ ଅଧୀନରେ ୭୧ଟି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଏବଂ ୨ ହଜାର ୭୭୫ ବାଂଲାଦେଶ ପ୍ରଶାସନିକ ଅଧିକାରୀ ଜାତୀୟ ସୁଶାସନ କେନ୍ଦ୍ର ପରିଦର୍ଶନ କରିଛନ୍ତି। ବାଂଲାଦେଶ ସରକାର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉପଯୋଗୀତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆଗାମୀ ପାଞ୍ଚ ବର୍ଷ ପାଇଁ ଏହି ବୁଝାମଣାପତ୍ରର ନବୀକରଣ ପାଇଁ ବାଂଲାଦେଶ ଆଗ୍ରହ ପ୍ରକାଶ କରିଛି।

ଅଶ୍ଳୀଳ ଭିଡିଓ ମାମଲା – ଦେଶ ଛାଡ଼ି ପଳାଇଲେ ଦେବେଗୌଡ଼ାଙ୍କ ନାତି ପ୍ରଜ୍ୱଲ ରେବନ୍ନା

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories