www.samajalive.in
Sunday, December 14, 2025
26.1 C
Bhubaneswar

ଭାଜପା ସାଂସଦ ପ୍ରାର୍ଥୀଙ୍କ ନାମାଙ୍କନ ରଦ୍ଦ

କଲକାତା: ପଶ୍ଚିମବଙ୍ଗର ବୀରଭୂମ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ଦେବାଶିଷ ଧରଙ୍କ ନାମାଙ୍କନପତ୍ରକୁ ନିର୍ବାଚନ ଆୟୋଗ ରଦ୍ଦ କରିଦେଇଛନ୍ତି। ନାମାଙ୍କନପତ୍ର ସହିତ ଆପତ୍ତି ନ ଥବା ପ୍ରମାଣପତ୍ର ଦାଖଲ କରି ନ ଥିବାରୁ ନିର୍ବାଚନ ଆୟୋଗ ଏହି ପଦକ୍ଷେପ ନେଇଥିବା ସୂଚନା ମିଳିଛି। ଦେବାଶିଷ ଜଣେ ପୂର୍ବତନ ଆଇପିଏସ ଅଧିକାରୀ। ଗତ ମାସରେ ସେ ଆଇପିଏସ ପଦବୀରୁ ଇସ୍ତଫା ଦେଇ ରାଜନୀତିରେ ଯୋଗଦେଇଥିଲେ।

୨୦୨୧ ବିଧାନସଭା ନିର୍ବାଚନ ପରେ ମମତା ବାନାର୍ଜୀଙ୍କ ସରକାର ଦେବାଶିଷଙ୍କୁ ନିଲମ୍ବନ କରିଥିଲେ। ସେତେବେଳେ ସେ କୁଚ୍‌ ବିହାରର ଏସପି ଥିଲେ। ସିତଲକୁଚି ଜିଲାରେ ମତଦାନ ସମୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏହି ସମୟରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁଳିଚାଳନା ଯୋଗୁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଟିଏମସି ସରକାର ଗଠନ କରିବା ପରେ ଦେବାଶିଷଙ୍କୁ ନିଲମ୍ବନ କରାଯାଇଥିଲା। ବୀରଭୂମ ଆସନରେ ଦେବାଶିଷଙ୍କ ମୁକାବିଲା ସିଏମସିର ଶତାବ୍ଦୀ ରାୟଙ୍କ ସହିତ ହୋଇଥାଏ। ବୀରଭୂମକୁ ଟିଏମସି ଗଡ଼ କୁହାଯାଇଥାଏ। ତେବେ ଏଥର ଏହି ଆସନରେ ଟିଏମସିକୁ କନା ଟକ୍କର ମିଳିବ ବୋଲି ଚର୍ଚା ହେଉଥିଲା। କିନ୍ତୁ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନପତ୍ର ନାକଚ ହୋଇଯିବା ଫଳରେ ଦଳକୁ ବଡ଼ ଝଟ୍‌କା ଲାଗିଛି।

- Advertisement -

ଜନପ୍ରତିନିଧି ଆଇନର ଧାରା ୩୬ ଅନୁସାରେ, ନିର୍ବାଚନରେ ଆଶାୟୀଙ୍କୁ ପାଣି, ଆବାସ, ବିଦ୍ୟୁତ ବିଲ୍‌ ଦେବାକୁ ପଡ଼ିଥାଏ। ବିଲ୍‌ ପଇଠ ପରେ ସମ୍ପୃକ୍ତ ବିଭାଗଗୁଡ଼ିକ ପକ୍ଷରୁ ପ୍ରାର୍ଥୀମାନଙ୍କୁ ବିଭାଗ ନିକଟରେ କୌଣସି ବକେୟା ନ ଥିବା ନେଇ ଏକ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ (ଏନଓସି) ଦିଆଯାଇଥାଏ। ଦେବାଶିଷ ଉକ୍ତ ପ୍ରମାଣପତ୍ର ଦାଖଲ କରି ନ ଥିଲେ। ଅନ୍ୟପଟେ ଦେବାଶିଷଙ୍କ ପ୍ରାର୍ଥିପତ୍ର ନାକଚ ହେବା ପରେ ବିଜେପି ସେଠାରେ ଦେବଦୂତ ଭଟ୍ଟାଚାର୍ଯ୍ୟଙ୍କୁ ନୂଆ ପ୍ରାର୍ଥୀ କରିଛି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories