www.samajalive.in
Sunday, December 14, 2025
26.1 C
Bhubaneswar

୫୯ ଦେଶରେ ଖାଦ୍ୟ ସଙ୍କଟ; ଏହି ଦେଶରେ ସ୍ଥିତି ଗମ୍ଭୀର

ଜେନିଭା: ସାରା ବିଶ୍ବରେ ଗୁରୁତର ଖାଦ୍ୟ ସଙ୍କଟ ଦେଖାଦେଇଛି। ଯାହା ଫଳରେ ୨୦୨୩ ମସିହାରେ ବିଶ୍ବର ୫୯ ଦେଶର ପ୍ରାୟ ୨୮ କୋଟି ୨୦ ଲକ୍ଷ ଲୋକ ଭୋକରେ ରହିଥିଲେ ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ତେବେ ଗାଜା ଏବଂ ସୁଦାନରେ ସ୍ଥିତି ସବୁଠୁ ଗମ୍ଭୀର ବୋଲି କୁହାଯାଇଛି।

ରିପୋର୍ଟ ଅନୁସାରେ ୨୦୨୨ରେ ୨ କୋଟି ୪୦ ଲକ୍ଷ ଲୋକଙ୍କୁ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହି ସମୟ ମଧ୍ୟରେ ଗାଜା ଏବଂ ସୁଦାନରେ ଖାଦ୍ୟ ନିରାପତ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନର ମୁଖ୍ୟ ଅର୍ଥନୀତିଜ୍ଞ ମାକ୍ସିମୋ ଟୋରେରୋ କହିଛନ୍ତି ଯେ, ଅନ୍ତର୍ଜାତୀୟ ବିଶେଷଜ୍ଞମାନେ ଭୋକର ଏକ ମାନଦଣ୍ଡ ସ୍ଥିର କରିଛନ୍ତି, ଯେଉଁଥିରେ ୫ ଦେଶର ୭ ଲକ୍ଷ ୫ ହଜାର ଲୋକ ୫ମ ପର୍ଯ୍ୟାୟରେ ରହିଛନ୍ତି, ଯାହା ମାନଦଣ୍ଡ ଅନୁସାରେ ସର୍ବୋଚ୍ଚ ସ୍ତର।

- Advertisement -

ଟୋରେରୋ କହିଛନ୍ତି, ୨୦୧୬ରେ ଯେବେ ପ୍ରଥମ ଥର ପାଇଁ ବିଶ୍ବ ସ୍ତରୀୟ ରିପୋର୍ଟ ଜାରି ହେଲା ସେ ତୁଳନାରେ ବର୍ତ୍ତମାନ ଭୋକରେ ପୀଡ଼ିତ ଲୋକଙ୍କ ସଂଖ୍ୟା ସର୍ବାଧିକ। ରିପୋର୍ଟ ଅନୁସାରେ, ଦକ୍ଷିଣ ସୁଦାନ, ବୁର୍କିନା ଫାସୋ, ସୋମାଲିଆ ଏବଂ ମାଲିରେ ହଜାର ହଜାର ଲୋକ ଭୋକରେ ଆଉଟୁପାଉଟୁ ହେଉଛନ୍ତି। ଆଗାମୀ ଜୁଲାଇ ସୁଦ୍ଧା ଗାଜାର ୧୧ ଲକ୍ଷ ଏବଂ ଦକ୍ଷିଣ ସୁଦାନର ୭୯ ହଜାର ଲୋକ ଭୋକିଲା ରହୁଥିବା ଲୋକଙ୍କ ମାନଦଣ୍ଡ ଅନୁସାରେ ସର୍ବେଚ୍ଚ ସ୍ତରରେ ପହଞ୍ଚିବେ ବୋଲି ଆକଳନ କରାଯାଇଛି। ଏହା ସହିତ ସେମାନେ ଅକାଳ ମୃତ୍ୟୁର ସାମ୍ନା କରିବାକୁ ବାଧ୍ୟ ହେବେ ।       ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଲୋକ ଅର୍ଥାତ ୫ ଲକ୍ଷ ୭୭ ହଜାର କେବଳ ଗାଜାରେ ରହିଛନ୍ତି। ଏଠାରେ ଭୋକର ସ୍ଥିତି ସବୁଠୁ ଭୟଙ୍କର ବୋଲି ରିପୋର୍ଟରେ କୁହାଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories