www.samajalive.in
Saturday, December 6, 2025
16.1 C
Bhubaneswar

ଆଜି ଏହି ରାଶିଙ୍କର ଚମକିବ ଭାଗ୍ୟ: ଗୁରୁବାର ରାଶିଫଳ

ମେଷ: ଜଣେ ଆଗ ଧାଡ଼ିର ବ୍ୟକ୍ତି ଭାବେ ଆଜି ଯାହା ଆପଣ ଅଙ୍ଗ ନିଭାଇବେ; ତାହା ଆପଣଙ୍କର ଏକ ଅଭୁଲା ଅନୁଭୂତି ହେବ। ସେବା ଭାବନାରେ ଉନ୍ମୁଖ ହୋଇ ସାମାଜିକ ଆଦର ଲାଭ କରିବେ।
ବୃଷ: ଆଶା କରି ନିରାଶା ହୋଇପାରନ୍ତି। ସୀମିତ ରୋଜଗାର ଏହାର କାରଣ ହୋଇପାରେ। ଭ୍ରାତୃଭାବ ସ୍ନେହପୂର୍ଣ୍ଣ ହେବ। ଆତ୍ମବଳରେ ବଳୀୟାନ୍‌ ହେବେ। ଶତ୍ରୁକୁ ପଦାନତ କରି ଆଗକୁ ବଢ଼ିବେ।
ମିଥୁନ: ଆୟ ଆଶାନୁରୂପ ହେବ। ବ୍ୟବସାୟରେ ଲାଭବାନ୍‌ ହେବେ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। ସୁସ୍ଥ ରହିବେ।
କର୍କଟ:ଜଣେ କୃଷି ବିଷାରଦ ଭାବେ କୃଷକଙ୍କୁ ସଚେତନ କରାଇବେ। ଉଦାର ସ୍ବଭାବ ଓ ଉଦାର ଚରିତସମ୍ପନ୍ନ ହେବେ। ଜ୍ଞାନୀ ଓ ଶାସ୍ତ୍ରଜ୍ଞ ହୋଇପାରନ୍ତି। ମଧୁର କଥାରେ ପରକୁ ଆପଣାର କରିପାରନ୍ତି।
ସିଂହ:ଈଶ୍ବରୀୟ ବିଭୂତି ପ୍ରାପ୍ତ ହୋଇ ଧନ, ଜନ, ଗୋପ, ଲକ୍ଷ୍ମୀଯୁକ୍ତ ହୋଇପାରନ୍ତି। ପରର ଶୁଭ କାମନା ଭଳି ଏକ ମାନବୋଚିତ କାର୍ଯ୍ୟ କରି ପ୍ରଜ୍ଞାର ଉନ୍ମେଷ ପାଇଁ ପ୍ରାର୍ଥନାରତ ହେବେ। ସର୍ବତ୍ର ବିଜୟୀ ହେବେ।
କନ୍ୟା:ଘରେ ବିଜୁଳି ଚମକ ଭଳି ଲୁପ୍ତ ଭାଷା, ସାହିତ୍ୟର ପୁନରୁଦ୍ଧାର ପାଇଁ ଲେଖନୀ ଚାଳନା କରିବେ। ମଧୁର ଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ଆପଣଙ୍କ ସାହିତ୍ୟକୃତି ଭାଗ୍ୟ ପରିବର୍ତ୍ତନ କରିପାରେ।
ତୁଳା:  ଆନୁଷ୍ଠାନିକ କାମରେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ବ ନେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଜିଦ୍‌ଖୋର ମନୋଭାବ ତ୍ୟାଗ କରିବା ଉଚିତ।
ବିଛା: ସାଧାରଣ କଥାକୁ କେନ୍ଦ୍ରକରି ମନରେ ବିରକ୍ତି ଭାବ ସୃଷ୍ଟି ହୋଇପାରେ। ସଭା ସମିତିରେ ଆଲୋଚନା ଦ୍ବାରା ସମସ୍ୟାର ସରଳ ସମାଧାନ ହୋଇପାରିବ। ପାରିବାରିକ ସମସ୍ୟାର ସରଳ ସମାଧନ କରିପାରନ୍ତି।
ଧନୁ: ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବା ସହ ପ୍ରିୟଜନଙ୍କ ସହ ସମ୍ପର୍କ ହାନି ଯୋଗଁୁ ଚିନ୍ତିତ ହେବାକୁ ପଡ଼ିବ। ପରେ ଭୁଲ ବୁଝାମଣା ହେତୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ।
ମକର: ବନ୍ଧୁଙ୍କ ଆନ୍ତରିକତାର ପରାମର୍ଶକୁ ନିର୍ବିବାଦରେ ଗ୍ରହଣ କରିନେଲେ ବିଭିନ୍ନ ଦିଗରୁ ଉପକୃତ ହୋଇପାରିବେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଲାଭ କରିପାରନ୍ତି। ସ୍ଥଗିତ କାମକୁ ଶେଷ କରିପାରନ୍ତି।
କୁମ୍ଭ:ସରଳ ଭାବରେ କୌଣସି କଥାକୁ ଗ୍ରହଣ ନ କରି ପରୀକ୍ଷା କରି କାମରେ ଲଗାଇଲେ ଉପକୃତ ହୋଇପାରିବେ। ଅଫିସରେ ବାଦବିବାଦ କ୍ରମେ ଜଟିଳ ହେବ କିନ୍ତୁ ଆପଣ ଅବଶ୍ୟ ସଫଳତା ଲାଭ କରିପାରନ୍ତି।
ମୀନ: ଆକସ୍ମିକ ବିପଦ ଆସିପାରେ। କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ଅସମର୍ଥିତ ସୂତ୍ରରୁ ଶୁଣା କଥାକୁ ବିଶ୍ବାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଅଶାନ୍ତି ଦୂର ହେବ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories