www.samajalive.in
Saturday, December 6, 2025
16.1 C
Bhubaneswar

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ଦୁଇ ମାଓବାଦୀ

ବୌଦ୍ଧ: ବୌଦ୍ଧରେ ବଡଧରଣର କମ୍ବିଂ ହୋଇଛି। କଣ୍ଟାମାଳ ଥାନା ପଢେଲ ଡ୍ୟାମ୍ ନିକଟ ଜଙ୍ଗଲରେ ଏନକାଉଣ୍ଟର ହୋଇଛି। ଏଥିରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ପଢେଲ ଡ୍ୟାମ୍ ନିକଟରେ ଦୀର୍ଘ ୧ ଘଣ୍ଟାରୁ ଅଧିକ ସମୟ ଧରି ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ତେବେ ମିଳିଥିବା ସୂଚନା ମୂତାବକ ଜଙ୍ଗଲରେ ୪୦ରୁ ୫୦ ମାଓବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏବଂ ଏହାପରେ ଏସଓଜି ଯବାନଙ୍କ ଦ୍ଵାରା କମ୍ବିଂ ଅପରେସନକୁ ଆରମ୍ଭ କରାଯାଇଥିଲା। ଫୋର୍ସ ମାନଙ୍କୁ ଦେଖି ନକ୍ସଲ ମାନେ ଅତର୍କିତ ଭାବରେ ଗୁଳିମାଡ କରିଥିଲେ। ଯାହାର କଡା ଜବାବ ଦେଇଛନ୍ତି ଯବାନ । ଏଥିରେ ଦୁଇ ମାଓବାଦୀ ନିହତ ହୋଇଥିବା ଖବର ମିଳିଛି। ତା ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ମାଓ ସମାଗ୍ରୀ ମଧ୍ୟ ଜବତ ହୋଇଛି। ଘଟଣା ପରେ ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ମେ ୧୩ ତାରିଖରୁ ରାଜ୍ୟରେ ନିର୍ବାଚନ ଆରମ୍ଭ ହେବାକୁ ଥିବାବେଳେ ଏହାର ଦିନ କେଇଟା ପୂର୍ବରୁ ମାଓ ଅପରେସନ୍ ହୋଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories