www.samajalive.in
Monday, December 8, 2025
24.1 C
Bhubaneswar

ପୁଣି ତୃତୀୟଥର ପାଇଁ ମହାକାଶକୁ ଯାତ୍ରା କରିବେ ସୁନିତା

ଫ୍ଲୋରିଡା : ଆମେରିକୀୟ ମହାକାଶ ସଂସ୍ଥା ନାସାର ବରିଷ୍ଠ ମହାକାଶଚାରୀ ସୁନିତା ୱିଲିୟମ୍‌ସ ଆସନ୍ତା ମେ‘ ୬ରେ ପୁଣି ମହାକାଶକୁ ଯାତ୍ରା କରିବେ। ଏଥିପାଇଁ ସେ ବର୍ତ୍ତମାନ ତାଲିମ ନେଉଛନ୍ତି। ଭାରତୀୟ ବଂଶୋଦ୍ଭବ ୫୯ ବର୍ଷୀୟା ସୁନିତାଙ୍କର ଏହା ହେବ ତୃତୀୟ ମହାକାଶ ଯାତ୍ରା। ସୁନିତା ୨୦୦୬ ଡିସେମ୍ବର ୯ରେ ‘ଡିସ୍‌କଭରୀ’ ମହାକାଶ ଯାନରେ ପ୍ରଥମ ଥର ମହାକାଶ ଯାତ୍ରା କରିଥିଲେ। ଇଣ୍ଟରନ୍ୟାସନାଲ ସ୍ପେସ୍‌ ସେଣ୍ଟର (ଆଇଏସଏସ)ରେ ମାସାଧିକ କାଳ ଅବସ୍ଥାନ କରିଥିଲେ। ଏହି ସମୟରେ ସେ ଚାରିଥର ଆଇଏସଏସରୁ ବାହାରି ମହାକାଶରେ ପଦଯାତ୍ରା କରିଥିଲେ। ପୁଣି ୨୦୧୨ ଜୁଲାଇ ୧୫ରେ ସୁନିତା କାଜାଖ୍‌ସ୍ତାନର ବୈକାନୁର କସ୍‌ମୋଡ୍ରମରୁ ସୋୟୁଜ-୦୫ଏମ ରକେଟ ଜରିଆରେ ଦ୍ବିତୀୟ ଥର ମହାକାଶ ଯାତ୍ରା କରିଥିଲେ। ଆସନ୍ତା ମେ’ରେ ସୁନିତା ବୋଇଙ୍ଗ୍‌ କମ୍ପାନୀର ଷ୍ଟାରଲାଇନର ମହାକାଶ ଯାନରେ ଯାତ୍ରା କରି​‌ବେ ବୋଲି ନାସା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories