www.samajalive.in
Saturday, December 13, 2025
26.1 C
Bhubaneswar

ଅଚଳ ସେଚ ପ୍ରକଳ୍ପ ସଚଳ ହେଲା, ଚାଷୀ ଆଶ୍ୱସ୍ତ 

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ କଟକିଆସାହି ପଞ୍ଚାୟତରେ ଅଚଳ ହୋଇପଡିଥିବା ଦୁଇଟି ଉଠା ଜଳସେଚ ପ୍ରକଳ୍ପ ମାତ୍ର ୨୪ଘଣ୍ଟା ମଧ୍ୟରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ତତ୍ପରତା ଯୋଗୁଁ ସଚଳ ହୋଇଥିବାରୁ ଚାଷୀକୂଳ ଆଶ୍ୱସ୍ତ ହୋଇଛନ୍ତି। ସୂଚନା ଥାଉକି କଟକିଆସାହି ପଞ୍ଚାୟତରେ ୨ଟି ପାଣି ପଞ୍ଚାୟତ ଅଧିନରେ ଥିବା ୨ଟି ଉଠା ଜଳସେଚନ ପ୍ରକଳ୍ପର ପାଣି ମଟର ଗୁରୁବାରଠାରୁ ଖରାପ ହୋଇଯିବାରୁ ଶହ ଶହ ଏକର ଜମିରେ ଚାଷ କରାଯାଇଥିବା ପନିପରିବା ଫସଲ ପ୍ରଚଣ୍ଡ ରୌଦ୍ରତାପରେ ଉଜୁଡିଯିବା ଆଶଙ୍କାରେ ଚାଷୀକୂଳ ଚିନ୍ତାରେ ମ୍ରିୟମାଣ ହୋଇପଡିଥିଲେ। ଗତ ୨୦ତାରିଖ (ଶନିବାର) ୫୦ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଚାଷୀ ଏ ସଂପର୍କରେ ଉପଜିଲ୍ଲାପାଳଙ୍କୁ ଅବଗତ କରାଇ ସମସ୍ୟାର ସମାଧାନ ପାଇଁ ନିବେଦନ କରିଥିଲେ। ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଅଭିଯୋଗ ଶୁଣିବା ପରେ ତୁରନ୍ତ ଉଠା ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀଙ୍କୁ କଟକିଆସାହିର ୨ଟି ଯାକ ସେଚ ପ୍ରକଳ୍ପ ୨-୩ଦିନ ମଧ୍ୟରେ ସଚଳ କରିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

ଆଠଗଡ ଉଠା ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଇଂ ମନୋରଞ୍ଜନ ମିଶ୍ର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପାଇବା ପରେ ରବିବାର ଅନ୍ୟ କର୍ମଚାରୀଙ୍କ ସହ କଟକିଆସାହିି ପଞ୍ଚାୟତକୁ ପରିଦର୍ଶନରେ ଯାଇ ସାପୁଆ ନଦୀକୂଳରେ ଥିବା ପ୍ରକଳ୍ପର ପାଣି ମଟର ଯାଞ୍ଚ କରି ସେଗୁଡିକ ଖରାପ ହୋଇଥିବା ଜାଣିବାକୁ ପାଇଥିଲେ। ସେହିଦିନ ତୁରନ୍ତ ଖରାପ ପମ୍ପ ଦୁଇଟିକୁ ମରାମତି ପାଇଁ ପଠାଇବା ସହିତ ଏକ ନୂତନ ପାଣିପମ୍ପ ବସାଇବାର ବ୍ୟବସ୍ଥା କରିଥିଲେ। ଫଳରେ ଶହ ଶହ ଏକର ଚାଷ କରାଯାଇଥିବା ପନିପରିବା ପାଇଁ କିଛିକାଂଶରେ ଜଳସେଚନର ସୁବିଧା ହୋଇଥିଲା ଏବଂ ଆସନ୍ତା ଦୁଇଦିନ ମଧ୍ୟରେ ମରାମତି ହୋଇଆସିବା ପରେ ଅନ୍ୟ ଦୁଇଟି ପାଣି ପମ୍ପ ଲଗାଯିବା ଦ୍ୱାରା ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ବିଭାଗୀୟ ଯନ୍ତ୍ରୀ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି। କଟକିଆସାହିର ଚାଷୀମାନେ ସେମାନଙ୍କର ସମସ୍ୟା ତୁରନ୍ତ ସମାଧାନ ହୋଇଥିବାରୁ ଖୁସି ବ୍ୟକ୍ତ କରିବା ସହ ସୋମବାର ଆଠଗଡ ଆସି ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ସେମାନଙ୍କର କୃତଜ୍ଞତା ଜଣାଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories