www.samajalive.in
Saturday, December 13, 2025
26.1 C
Bhubaneswar

ସଲମାନ ଖାନଙ୍କ ଘର ଉପରେ ଫାୟାରିଂ ମାମଲା, ୨୮୦ କିମି ଦୂର ନଦୀରୁ ମିଳିଲା ପ୍ରମାଣ

ଡେସ୍କ: ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ସଲମାନ ଖାନଙ୍କ ଘର ବାହାରେ ହୋଇଥିବା ଫାୟାରିଂ ମାମଲାରେ ବଡ ଅପଡେଟ ଆସିଛି। ଏହି ଫାୟାରିଂରେ ବ୍ୟବହୃତ ବନ୍ଧୁକ ଜବତ କରାଯାଇଛି। ମୁମ୍ବାଇ କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୁରଟର ତାପି ନଦୀରୁ ଫାୟାରିଂରେ ବ୍ୟବହୃତ ବନ୍ଧୁକ ଓ କେତେକ ଜୀବନ୍ତ ଗୁଳି ଉଦ୍ଧାର କରାଯାଇଛି।

ଏନକାଉଣ୍ଟର ସ୍ପେସାଲିଷ୍ଟ ଭାବେ ପରିଚିତ ବରିଷ୍ଠ ପୁଲିସ ଅଧିକାରୀ ଦୟା ନାୟକଙ୍କ ନେତୃତ୍ୱରେ ଅନ୍ୟ ଅଧିକାରୀମାନଙ୍କ ଏକ ଟିମ ତାପି ନଦୀରେ ବନ୍ଧୁକ ଖୋଜିବା କାର୍ଯ୍ୟରେ ନିୟୋଜିତ ଥିଲେ। ଅଭିନେତା ସଲମାନଙ୍କ ଘର ବାହାରେ ଫାୟାରିଂ କରିବା ପରେ ବିସ୍ରୋଇ ଦୁଇ ଭାଇ ତାପି ନଦୀରେ ବନ୍ଧୁକ ଫୋପାଡ଼ି ଥିବା ସ୍ୱୀକାର କରିବା ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା।

- Advertisement -

ଏହି ଘଟଣାରେ ଅଭିଯୁକ୍ତ ଉଭୟ ଭାଇଙ୍କୁ କ୍ରାଇମବ୍ରାଞ୍ଚ ଗୁଜୁରାଟର ଭୁଜ ଅଞ୍ଚଳରୁ ଗିରଫ କରିଥିଲା। ଉଭୟଙ୍କ ପରିଚୟ ବିକ୍କୀ ଗୁପ୍ତା ଓ ସାଗର ପାଲ ଭାବରେ ହୋଇଥିଲା। ଉଭୟଙ୍କୁ ପଚରାଉଚୁରା ସମୟରେ, ସେମାନେ ତାପି ନଦୀରେ ବନ୍ଧୁକ ଫୋପାଡ଼ି ଦେଇଥିବା ପ୍ରକାଶ କରିଥିଲେ। କେବଳ ସେତିକି ନୁହେଁ, ଅଭିନେତା ସଲମାନଙ୍କ ଘର ବାହାରେ ଫାୟାରିଂ ପୂର୍ବରୁ ଉଭୟ ଅଭିଯୁକ୍ତ ବନ୍ଧୁକ ଚଳାଇବା ଶିଖିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories