www.samajalive.in
Saturday, December 13, 2025
26.1 C
Bhubaneswar

ମଝି ଆକାଶରେ ଧକ୍କା ହେଲା ୨ ନୌସେନା ହେଲିକପ୍ଟର, ୧୦ ମୃତ

ପେରାକ: ମାଲେସିଆ ନୌସେନାର ୨ଟି ହେଲିକପ୍ଟର ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ୨ଟି ଯାକ ହେଲିକପ୍ଟର ପରସ୍ପର ସହ ଧକ୍କା ହେବା ଫଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ରୟାଲ ମାଲେସିଆନ୍‌ ନାଭାଲ ପରେଡ୍‌ ପାଇଁ ପେରାକ୍‌ର ଲୁମୁଟ୍‌ ନୌସେନା ଘାଟିରେ ସାମରିକ ଅଭ୍ୟାସ ଚାଲିଥିବାବେଳେ ମଙ୍ଗଳବାର ସକାଳ ପ୍ରାୟ ୯ଟା ୩୨ରେ ଏହି ଦୁର୍ଘଟଣା ଘଟିଛି ବୋଲି ନୌସେନା ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

ସୂଚନା ଅନୁସାରେ, ମଙ୍ଗଳବାର ସକାଳେ ନୌସେନା ପକ୍ଷରୁ ସମରାଭ୍ୟାସ ଆରମ୍ଭ ହୋଇଥିଲା। ଏଥିରେ ଅନେକ ହେଲିକପ୍ଟର ଅଂଶଗ୍ରହଣ କରିଥିଲେ। ୧୦ରୁ ଅଧିକ ହେଲିକପ୍ଟର ଆକାଶରେ ଉଡୁଥିବାବେଳେ ୨ଟି ହେଲିକପ୍ଟର ପରସ୍ପର ସହ ପିଟି ହୋଇଯାଇଥିଲେ। ଏହା ପରେ ହେଲିକପ୍ଟର ଦୁଇଟିରେ ନିଆଁ ଲାଗି ଯିବା ସହିତ ଉଭୟ ତଳକୁ ଖସିପଡ଼ିଥିଲେ। ଧକ୍କା ପରେ ଗୋଟିଏ ହେଲିକପ୍ଟର ନୌସେନା ଘାଟିର ଟ୍ରାକ୍‌ରେ ଖସିପଡ଼ିଥିବାବେଳେ ଅନ୍ୟଟି ଏକ ସୁଇମିଂ ପୁଲ୍‌ରେ ଖସିପଡ଼ିଥିଲା। ୨ଟି ଯାକ ହେଲିକପ୍ଟରରେ ମୋଟ ୧୦ ଜଣ ଯବାନ ରହିଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ହୋଇଛି। ମୃତଦେହଗୁଡ଼ିକୁ ଚିହ୍ନଟ କରିବା ଲାଗି ଲୁମୁଟ ସେନାଘାଟି ହସ୍ପିଟାଲକୁ ନିଆଯାଇଛି। ଦୁର୍ଘଟଣା ସମୟର ଭିଡିଓ ଏବଂ ଏହା ପରବର୍ତ୍ତୀ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଦକ୍ଷ ପାଇଲଟଙ୍କ ଯୋଗୁ ଏପରି ଦୁର୍ଘଟଣା ଘଟିଥିବା ସୋସିଆଲ ମିଡିଆରେ ମତ ପ୍ରକାଶ ପାଇଛି।

- Advertisement -

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories