www.samajalive.in
Sunday, December 14, 2025
14.1 C
Bhubaneswar

ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଜଳଛତ୍ର ସେବା, ପଥଚାରୀଙ୍କୁ ଦହିପଣା ଓ ଥଣ୍ଡା ପାନୀୟ ଜଳ ବଣ୍ଟନ

ପିପିଲି:ପିପିଲିର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ଥାନୀୟ ଜୟପୁରଶାସନ ଗ୍ରାମ୍ୟଛକ ନିକଟରେ ଏକ ଜଳଛତ୍ର ସେବା ଉଦ୍‌‌ଘାଟିତ ହୋଇଯାଇଛି। ଏଥିରେ ସଂଘର ବରିଷ୍ଠ ସଦସ୍ୟ ତଥା ଅବସରପ୍ରାପ୍ତ ଶିକ୍ଷାବିତ୍‌‌ ଧିରେନ୍ଦ୍ର ମିଶ୍ର, ସଂଘର ସଂପାଦକ ଲକ୍ଷ୍ମୀଧର ପରିଡା, କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର କଣ୍ଠ, ପ୍ରସନ୍ନ କୁମାର ନାୟକ, ଆର୍ତ୍ତତ୍ରାଣ ନାୟକ, ରାମଚନ୍ଦ୍ର ଦାଶ, ଧ୍ରୁବଚରଣ ସାହୁ, ପଦ୍ମନାଭ ପାତ୍ର, ଦୁର୍ଗାଚରଣ ଶତପଥୀ, ପବନି ସ୍ୱାଇଁ, ଶରତ ଚନ୍ଦ୍ର ନାୟକ, ଗୋପାଳ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହି ରାସ୍ତାରେ ଯାଉଥିବା ପଥଚାରୀଙ୍କୁ ଦହିପଣା ଓ ଥଣ୍ଡା ପାନୀୟ ଜଳ ବଣ୍ଟନ କରିଥିଲେ।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅଂଶୁଘାତ ସମସ୍ୟାରୁ ରକ୍ଷା ପାଇବା ପାଇଁ ସରକାରଙ୍କ ମାର୍ଗଦର୍ଶିକାକୁ ମାନିବାକୁ ସମସ୍ତଙ୍କୁ ପରାମର୍ଶ ଓ ସଚେତନ କରିଥିଲେ। ପିପିଲିର ସାପ୍ତାହିକ ହାଟପାଳି ତଥା ପ୍ରତ୍ୟେକ ସୋମବାର ଓ ଶୁକ୍ରବାର ଏହି ଜଳଛତ୍ର ଶିବିର ଚାଲୁରହିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

Related Articles

Popular Categories