www.samajalive.in
Sunday, December 7, 2025
23.1 C
Bhubaneswar

ବ୍ରାଣ୍ଡ ଆଲଏଜ କାରଖାନାକୁ ଭାରୀଯାନ ଚଳାଚଳ ଉପରେ ଅଙ୍କୁଶ ଲଗାଇଲା ପ୍ରଶାସନ

କେନ୍ଦୁଝରଗଡ଼: କେନ୍ଦୁଝର ଜିଲା ସଦର ବ୍ଲକ ପଳାଶପଙ୍ଗା ପଞ୍ଚାୟତ ଅଧିନ ମୁରୁସୁଆଁସ୍ଥିତ ବ୍ରାଣ୍ଡ ଆଲଏଜ ଆଣ୍ଡ ଷ୍ଟିଲ କାରଖାନାକୁ ଚଳିତମାସ ୧୫ରୁ ମେ ୧୪ ତାରିଖ ମାସେ ପର୍ଯ୍ୟନ୍ତ କୌଣସି ଭାରୀଯାନ ଚଳାଚଳ କରିପାରିବ ନାହିଁ ବୋଲି ଜିଲାପାଳ ତଥା ଜିଲା ଆଞ୍ଚଳିକ ପରିବହନ ପ୍ରାଧିକରଣର ଅଧ୍ୟକ୍ଷ କାରଖାନା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ଜାମୁଡିହାଠାରୁ ବିସ୍ତାପାଳ ପର୍ଯ୍ୟନ୍ତ ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମିିତ ରାସ୍ତାରେ ବ୍ରାଣ୍ଡ ଆଲଏଜ କାରଖାନା ଦୈନିକ ଭାରୀଯାନ ଚଳାଚଳ କରି ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ କରିଥିବାବେଳେ ଏହାର ଉନ୍ନତିକରଣ ସହ ଯାତାୟତଯୋଗ୍ୟ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଜନ ନଂ-୧ ଅଧିକ୍ଷଣ ଯନ୍ତ୍ରୀଙ୍କ ପକ୍ଷରୁ କାରଖାନା କର୍ତ୍ତୃପକ୍ଷଙ୍କୁ ବାରମ୍ବାର ତାଗିଦ୍‌‌ କରାଯାଇ ଆସୁଥିଲା। ଏହାସତ୍ତ୍ବେ କାରଖାନା କର୍ତ୍ତୃପକ୍ଷ ରାସ୍ତାର ଉନ୍ନତିକରଣ ନ କରିବାରୁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ପୋର୍ଟାଲରେ ବାରମ୍ବାର ହାଜିର ହୋଇ ପକ୍ଷ ରଖିବାକୁ ପଡୁଥିଲା। ଏଭଳି ସ୍ଥିତିରେ ଗ୍ରାମ୍ୟ ଉନ୍ନୟନ ବିଭାଜନ ନଂ-୧ ଅଧିକ୍ଷଣ ଯନ୍ତ୍ରୀଙ୍କ ଅନୁରୋଧକ୍ରମେ ମୋଟର ଯାନ ଆଇନ ୧୯୯୮ର ଧାରା ୧୧୫.୧୧୬ ଓ ୧୧୭ ଅନୁଯାୟୀ ଉକ୍ତ ରାସ୍ତାରେ ବ୍ରାଣ୍ଡ ଆଲଏଜ ଅପ୍ରେଲ ୧୫ ତାରିଖରୁ ମେ ୧୪ ତାରିଖ ପର୍ଯ୍ୟନ୍ତ କୌଣସି ଭାରୀଯାନ ଚଳାଚଳ ନ କରିବାକୁ ଜିଲାପାଳ ତଥା ଜିଲା ଆଞ୍ଚଳିକ ପରିବହନ ପ୍ରାଧିକରଣର ଅଧ୍ୟକ୍ଷ କାରଖାନା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ତାଗିଦ୍‌‌ କରିଛନ୍ତି। ଜିଲା ପ୍ରଶାସନର ତାଗିଦ୍‌‌ ପରେ କାରଖାନା କର୍ତ୍ତୃପକ୍ଷ ରାସ୍ତାର ଉନ୍ନତିକରଣ ପରିବର୍ତ୍ତେ କେବଳ ପାଣି ସିଞ୍ଚନ କରି ଭାରୀଯାନ ଚଳାଚଳ କରୁଥିବାରୁ ଜିଲା ପ୍ରଶାସନ ପକ୍ଷରୁ ଏ ଦିଗରେ ଅତର୍କିିତ ଚଢ଼ଉ କରି ପଦକ୍ଷେପ ଗ୍ରହଣ କରିବାକୁ ପଳାଶପଙ୍ଗା ସରପଞ୍ଚ ବାସନ୍ତୀ ନାଏକ ଦାବି କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories