www.samajalive.in
Sunday, December 14, 2025
26.1 C
Bhubaneswar

ଆମେରିକାରେ ବ୍ୟାନ୍ ହେବ ଟିକ୍‌ଟକ୍‌, ନୂଆ ଆଇନକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଆମେରିକୀୟ ସଂସଦର ନିମ୍ନ ସଦନ(ୟୁଏସ୍‌‌ ହାଉସ୍‌‌ ଅଫ୍‌‌ ରିପ୍ରେଜେଣ୍ଟେଟିଭ୍ସ)ରେ ଆମେରିକାରେ ଚାଇନିଜ୍‌‌ ଭିଡିଓ ଶେୟାରିଂ ଆପ୍‌‌ ଟିକ୍‌‌ଟକ୍‌‌ ଉପରେ ପ୍ରତିବନ୍ଧକ ଲଗାଇବା ସମ୍ବନ୍ଧୀୟ ନୂତନ ଆଇନ୍‌‌କୁ ଅନୁମୋଦନ ମିଳିଛି। ଏହା ପୂର୍ବରୁ ମାର୍ଚ୍ଚରେ ଟିକ୍‌‌ଟକ୍‌‌କୁ ବେଆଇନ ଘୋଷଣା କରିବା ପ୍ରସ୍ତାବକୁ ସମର୍ଥନ କରି ସଦନ ଭୋଟ୍‌‌ ଦେଇଥିଲା। ଆମେରିକାରେ ପ୍ରାୟ ୧୭୦ ମିଲିୟନରୁ ଅଧିକ ଲୋକ ଟିକ୍‌‌ଟକ୍‌‌ ବ୍ୟବହାର କରୁଛନ୍ତି।

ପ୍ରଥମ ବିଲ୍‌‌ରେ କୁହାଯାଇଛି ଯେ, ଟିକ୍‌‌ଟକ୍‌‌ର ମୂଳ କମ୍ପାନୀ ବାଇଟ୍‌‌ଡାନ୍ସ ଆଇନ୍‌‌ କାର୍ଯ୍ୟକାରୀ ହେବାର ୧୮୦ ଦିନ ମଧ୍ୟରେ ଏହାର ମାଲିକାନା ଛାଡ଼ିବ। ଯଦି ଏହି ନିୟମ ପାଳନ କରା ନ ଯାଏ ତେବେ ଆପଲ୍‌‌ ଓ ଗୁଗଲ୍‌‌ ଆପ୍‌‌ ଷ୍ଟୋରରୁ ଟିକ୍‌‌ଟକ୍‌‌କୁ ହଟାଇ ଦିଆଯିବ।

- Advertisement -

ସଂଶୋଧିତ ବିଲ୍‌‌ରେ ବାଇଟ୍‌‌ଡାନ୍ସ ପାଇଁ ଏହି ଅବଧିକୁ ଛଅ ମାସରୁ ପ୍ରାୟ ୯ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ମିଡିଆ ରିପୋର୍ଟ ଅନୁସାରେ, ହ୍ୱାଇଟ୍‌‌ ହାଉସ୍‌‌ ଏହି ସମୟସୀମାକୁ ଅତିରିକ୍ତ ୯୦ ଦିନ ପର୍ଯ୍ୟନ୍ତ ବଢ଼ାଇପାରେ।

ଟିକ୍‌‌ଟକ୍‌‌କୁ ହଟାଇବା ପାଇଁ ସିନେଟର୍‌‌ମାନଙ୍କ ପାଖରେ ବିକଳ୍ପ ଅଛି। ତେବେ ଯଦି ଆମେରିକା କଂଗ୍ରେସର ଉଚ୍ଚ ସଦନ ସିନେଟ୍‌‌ରେ ଟିକ୍‌‌ଟକ୍‌‌ ବିଲ୍‌‌ ପାରିତ ହୁଏ ତେବେ ଏହା ରାଷ୍ଟ୍ରପତି ଜୋ ବାଇଡେନ୍‌‌ଙ୍କ ନିକଟକୁ ଦସ୍ତଖତ ପାଇଁ ପଠାଯିବ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories