www.samajalive.in
Saturday, December 13, 2025
26.1 C
Bhubaneswar

୨୬ ଲକ୍ଷ ଟଙ୍କା ଭର୍ତ୍ତି ଏଟିଏମ୍‌କୁ କାର୍‌ରେ ବାନ୍ଧି ଉପାଡ଼ି ନେଇଗଲେ ଦୁର୍ବୃତ୍ତ, ସିସି କ୍ୟାମେରାରେ କଏଦ ହେଲା ଦୃଶ୍ୟ

ଅଲୱର: ରାଜସ୍ଥାନର ଅଲୱର ସହରରେ ଦୁର୍ବୃତ୍ତମାନେ ଏକ ଏଟିଏମକୁ ଲୁଟି ନେଇଛନ୍ତି। ଏଟିଏମରେ ପ୍ରାୟ ୨୬ ଲକ୍ଷ ଟଙ୍କା ରହିଥିଲା। ଦୁର୍ବୃତ୍ତମାନେ ଏଟିଏମରୁ ଟଙ୍କା ବାହାର ନ କରି ସିଧାସଳଖ ମେଶିନକୁ ଉପାଡ଼ି ନେଇଛନ୍ତି। ଦୁର୍ବୃତ୍ତମାନେ ଆସିଥିବା ଏକ କାରରେ ଏଟିଏମକୁ ବାନ୍ଧିବା ପରେ ତାହାକୁ ଘୋଷାରି ନେଇଥିଲେ, ଯାହାର ଦୃଶ୍ୟ ନିକଟରେ ଲାଗିଥିବା ସିସିଟିଭି କ୍ୟାମରୋରେ କଏଦ ହୋଇଛି। ମାତ୍ର ୧୩ ମିନିଟ ମଧ୍ୟରେ ୪ ଜଣ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଛନ୍ତି।

ସୂଚନା ଅନୁସାରେ, ଏହି ଏଟିଏମ୍‌ଟି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର। ଲୁଟ୍‌ ସମୟରେ ସେଠାରେ କୌଣସି ସୁରକ୍ଷା କର୍ମୀ ନ ଥିଲେ କି ସାଇରନ୍‌ ମଧ୍ୟ ଲାଗି ନ ଥିଲା। ଶନିବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ୨ଟାରେ ଏହି ଘଟଣା ଘଟିଛି। ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ଦୃଶ୍ୟ ଅନୁସାରେ, ୪ ଜଣ ଦୁର୍ବୃତ୍ତ ଏକ କାରରେ ଆସି ଏଟିଏମ ନିକଟରେ ପହଞ୍ଚିଥିଲେ। ପ୍ରଥମେ ସେମାନେ ଏଟିଏମରୁ ବିଦ୍ୟୁତ ସଂଯୋଗ କାଟି ଦେଇଥିଲେ। ଏହା ପରେ ସେମାନେ ଏକ ରଶିରେ କାର୍‌ ସହିତ ଏଟିଏମକୁ ବାନ୍ଧି ଦେଇଥିଲେ। ପରେ ସେମାନେ କାର୍‌ରେ ବସି ଏଟିଏମକୁ ଘୋଷାରି ନେଇଥିଲେ।

- Advertisement -

ନିକଟରେ ଏକ ଚା’ ଦୋକାନ ରହିଛି। ଦୋକାନ ମାଲିକ ରାତି ପ୍ରାୟ ୪ଟାରେ ଦୋକାନ ଖୋଲିବାକୁ ଆସିବା ସମୟରେ ଏଟିଏମ ନ ଥିବା ଦେଖି ଥାନାକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚଳାଇଛି। ବ୍ୟାଙ୍କ ଶାଖା ପରିଚାଳକଙ୍କ କହିବା ଅନୁସାରେ, ଶନିବାର ଏଟିଏମରେ ୨୮ ଲକ୍ଷ ୫୦ ହଜାର ଟଙ୍କା ରଖାଯାଇଥିଲା। ସେଥିରୁ ପ୍ରାୟ ୨ ଲକ୍ଷ ଟଙ୍କା ବାହାର କରାଯାଇଥିଲା। ଅବଶିଷ୍ଟ ୨୬ ଲକ୍ଷ ୫୯ ହଜାର ଟଙ୍କା ମେଶିନରେ ରହିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories