www.samajalive.in
Sunday, December 14, 2025
26.1 C
Bhubaneswar

ବୃଦ୍ଧି ପାଉଛି ତାପମାତ୍ରା, ଜନଜୀବନ ପ୍ରଭାବିତ

କଲ୍ୟାଣସିଂହପୁର: ଗତ କିଛି ଦିନ ଧରି ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତାତିରୁ ମୁକୁଳିବା ପାଇଁ ଲୋକେ ଏବେ ତ୍ରାହି ତ୍ରାହି ଡାକ ଦେଉଥିବା ଶୁଣିବାକୁ ମିଳୁଛି ।ସକାଳ ୮ ଘଣ୍ଟା ବାଜିଗଲେ ବିଶେଷ କାମ ନଥିଲେ ଲୋକମାନେ ଘରୁ ବାହାରକୁ ବାହାରିବା ପାଇଁ କୁଣ୍ଠାବୋଧ କରୁଛନ୍ତି ।ମଧ୍ୟାହ୍ନ ଠାରୁ ଅପରାହ୍ନ୫ଟା ସମୟ ପର୍ଯ୍ୟନ୍ତ ଗାଁ ଜନ ଶୂନ୍ୟ ଦେଖାଯାଉଛି । ଖରା ସମୟରେ ଆସୁଥିବା ଯାତ୍ରୀବାହୀ ବସରେ  ଯାତ୍ରୀ ମାନଙ୍କ ସଂଖ୍ୟା ହ୍ରାସ ପାଇଥିବା ଦେଖିବାକୁ ମିଳୁଛି ।ଏହି ଅଞ୍ଚଳରେ ତାପମାତ୍ରା ୪୧ ଡିଗ୍ରୀ ଉପରେ ରହୁଥିବା ବେଳେ ଲୋକେବାହାରକୁ ବାହାରିବା କଷ୍ଟକର ହୋଇପଡୁଛି ।
ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଆଖୁରସ, ଦହି, ସର୍ବତ,ଲେମ୍ବୁପାଣି, ତରଭୁଜ,ପାଇଡ଼ ,କାକୁଡି, କୋଲ୍ଡ ଡ୍ରିଙ୍କ ଦୋକାନରେ ଗ୍ରାହକଙ୍କ ଭିଡ ହେଉଥିବା ଦେଖିବାକୁ ମିଳୁଛି ।ଅସହ୍ୟ ତାପମାତ୍ରା ଗୁଳଗୁଳି ସାଙ୍ଗକୁ ବିଦ୍ୟୁତ କାଟ ସାଧାରଣ ଜନତାଙ୍କ ପାଇଁ ଏବେ ବୋଝଉପରେ ନଳିତା ବିଡ଼ା ସଦୃଶ୍ୟ  ହୋଇଛି । ଦିନ ଅପେକ୍ଷା ରାତ୍ରିରେ ଅଧିକ ସମୟ ବିଦ୍ୟୁତ ବିଭ୍ରାଟ ଦେଖାଦେଉଛି । ବିଦ୍ୟୁତ କାଟ ଯୋଗୁଁ ନିର୍ମିତ ଭାବେ ଟ୍ୟାପ ମାନଙ୍କରୁ ପାଣି ଆସୁନାହିଁ ।
ଅସହ୍ୟ ତାତି ସାଙ୍ଗକୁ ବୁନ୍ଦାଏ ପାଣି ପାଇଁ ଗ୍ରାମବାସୀ ଛୋଟପୋଟ ହେଉଥିବା ଦେଖିବାକୁ ମିଳୁଛି ।ଲୋକେ ଏବେ ତାତି, ବିଦ୍ୟୁତ କାଟ, ପାଣି ପାଇଁ ବହୁ ପରିସ୍ଥିତିର ସମୁଖୀନ ହେଉଛନ୍ତି ।ଧନୀ ଶ୍ରେଣୀର ଲୋକେ ବିକଳ୍ପ ବ୍ୟବସ୍ଥା କରିପାରୁଥିବା ବେଳେ ସାଧାରଣ ଲୋକେ ଭାଗ୍ୟକୁ ଆଦରି ବହୁ କଷ୍ଟରେ ପଡି ରହିଛନ୍ତି ।ଉତ୍ତାପ ସମୟରେ ପାଣି ଟିକେ ପାଇଁ ଯାତ୍ରୀ ଓ ବାଟୋଇ ମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ପଯ୍ୟ।ପ୍ତ ପରିମାଣରେ ଜଳଛତ୍ର ଅଦ୍ୟାବଧି ଖୋଲାଯାଇ ନଥିବା ଦେଖାଦେଇଛି । ଯାତ୍ରୀ ଓ ବାଟୋଇ ମାନେ ବଜାରରେ ବିକ୍ରି ହେଉଥିବା ପାଣି ପାଉଛକୁ ୨ଟଙ୍କା ଲେଖାଏଁ ଦେଇ ବାଧ୍ୟ ହୋଇ କିଣି ତୃଷ୍ଣା ମେଣ୍ଟାଉଥିବା ଦେଖାଦେଇଛି ।ଏଣୁ ତୁରନ୍ତ ବ୍ଲକର ବିଭିନ୍ନ ଅଞ୍ଚଳ ଗୁଫିକରେ ଜଳଛତ୍ର ଖୋଲିବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories