www.samajalive.in
Sunday, December 14, 2025
26.1 C
Bhubaneswar

ଏଭଳି ଗାଡି ଦେଖିବା ମାତ୍ରେ ଚାଲାଣ କାଟୁଛି ପୁଲିସ, ରୁହନ୍ତୁ ସତର୍କ…

ନୂଆଦିଲ୍ଲୀ : ଯେଉଁ ଗାଡିରେ କୌଣସି ପ୍ରକାର ମୋଡିଫିକେସନ ହୋଇଥାଏ ପୁଲିସ ସେସବୁର ଚାଲାଣ କାଟିଥାଏ । କହିରଖୁଛୁ ଏପରି କିଛି ନିୟମ ଅଛି ଯାହାକୁ ଭାଙ୍ଗିବା ଦ୍ବାରା ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ମଧ୍ୟ ଚାଲାଣ କଟିପାରେ । ଖାଲି ସେତିକି ନୁହେଁ, ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବା ସହ ଅନେକ ପ୍ରକାର ଦଣ୍ଡ ନିୟମ ମଧ୍ୟ ରହିଛି । ଏଭଳି କ୍ଷେତ୍ରରେ ଯଦି ଆପଣ ନିଜ ବାଇକରେ କୌଣସି ପ୍ରକାର ମୋଡିଫିକେସନ କରାଉଛନ୍ତି ତେବେ ସତର୍କ ହୋଇଯାନ୍ତୁ । ତେବେ ଏମିତି ଅନେକ କାରଣ ଅଛି ଯେଉଁଥିପାଇଁ ଆପଣଙ୍କ ଗାଡିର ଚାଲାଣ କଟିପାରେ । ଆସନ୍ତୁ ଜାଣିବା…

୧. ଫ୍ୟାନ୍ସି ନମ୍ବର ପ୍ଲେଟ୍

- Advertisement -

ଗାଡିରେ କୌଣସି ପ୍ରକାର ପ୍ରକାର ଫ୍ୟାନ୍ସି ନମ୍ବର ପ୍ଲେଟ୍ ବ୍ୟବହାର କରିବା ବେଆଇନ । ସରକାର ନମ୍ବର ପ୍ଲେଟ୍ ପାଇଁ ଏକ ନିର୍ଦ୍ଧାରିତ ନିୟମ ପୂର୍ବରୁ ଆଣିଛନ୍ତି । ତଦନୁସାରେ ନମ୍ବର ପ୍ଲେଟରେ ଥିବା ସମସ୍ତ ନମ୍ବର ସ୍ପଷ୍ଟ ଦେଖାଯିବା ସହ ଅନ୍ୟ କୌଣସି ଡିଜାଇନରେ ଲେଖାହୋଇନଥିବା ଆବଶ୍ୟକ ।

୨. ମୋଡିଫାଏ କଲେ ଚାଲାଣ

ମୋଟରସାଇକେଲ ବା ସ୍କୁଟରକୁ ମୋଡିଫିକେସନ କରାଇବା ମଧ୍ୟ ବେଆଇନ । ଆଜିକାଲି ମୋଡିଫିକେସନ ହୋଇଥିବା ଗାଡିକୁ ଧରି ଚାଲାଣ କାଟୁଛି ପୁଲିସ । ନୂଆ ଟ୍ରାଫିକ୍ ନିୟମ ଅନୁସାରେ କୌଣସି ବି ପ୍ରକାର ଡିଜାଇନ କରାଇଲେ ମୋଟା ଅଙ୍କର ରାଶି ଚାଲାଣ ରୂପେ ଦେବାକୁ ପଡିପାରେ । ବାଇକକୁ ଜବତ ମଧ୍ୟ କରାଯାଇପାରେ ।

୩. ଜୋରରେ ଶବ୍ଦ କଲେ ମଧ୍ୟ ଚାଲାଣ

ଅନେକ ଥର ଲୋକମାନେ ନିଜ ମୋଟରସାଇକେଲରେ ସାଇଲେନ୍ସର ମଧ୍ୟ ମୋଡିଫାଏ କରାଇଥାନ୍ତି । ଏମିତି କରିବା ଦ୍ବାରା ଗାଡିରୁ ଭିନ୍ନ ପ୍ରକାର ଶବ୍ଦ ବାହାରିଥାଏ । ଏହା ମଧ୍ୟ ବେଆଇନ । ଏଥିପାଇଁ ମଧ୍ୟ ଚାଲାଣ କାଟିପାରେ ପୁଲିସ ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories