www.samajalive.in
Friday, December 5, 2025
26.1 C
Bhubaneswar

ଉପାନ୍ତ ଅଞ୍ଚଳରେ ଡାକ୍ତରୀ ଦଳ

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡ କଙ୍କଡ଼ାହାଡ଼ ବ୍ଲକର ଉପାନ୍ତ ଡଙ୍ଗାପାଳର ଆମ୍ବତଇଲା ଗାଁରେ ପହଞ୍ଚିଛନ୍ତି ବିରାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ରାଷ୍ଟ୍ରୀୟ ବାଲ୍‌ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ(ଆରବିଏସକେ) ଦଳ । ଗାଁରେ କୁକୁର କାମୁଡ଼ାକୁ ନେଇ ଖେଳିଥିବା କୋକୁଆ ଭୟକୁ ଦୂର କରିଛନ୍ତି ଏହି ଦଳ । କୁକୁର କାମୁଡ଼ାର ଶିକାର ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ଲୋକଙ୍କୁ ଏହି ରୋଗ ବ୍ୟାପିଥାଏ, ଏହା ଜୀବନ ବି ନେଇପାରେ.. ଏମିତି ଭ୍ରାନ୍ତ ଧାରଣା ଯୋଗୁ ଆଦିବାସୀ ବହୁଳ ଆମ୍ବତଇଲା ଗାଁରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ଏପରିକି ସମସ୍ତେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ଆସି ଡାକ୍ତରଙ୍କୁ ଭେଟିବା ପରେ ମଧ୍ୟ ଆଦିବାସୀ ବହୁଳ ଗାଁର କିଛି ଲୋକଙ୍କ ଭିତରେ ଭ୍ରାନ୍ତ ଧାରଣା ଦୂର ହୋଇ ନଥିଲା । ଏ ସମ୍ପର୍କରେ କଙ୍କଡ଼ାହାଡ଼ ବିଡିଓଙ୍କ ନିକଟକୁ ଖବର ଆସିବା ପରେ ବିରାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ଏକ ଦଳ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଡାକ୍ତର ପ୍ରଦୀପ ଜେନାଙ୍କ ନିର୍ଦ୍ଦେଶରେ ଡାକ୍ତର ଅଜିତ କୁମାର ସାହୁ ଏବଂ ଡାକ୍ତର ବିଜୟା ଲକ୍ଷ୍ମୀ ସାହୁଙ୍କ ସହ ଆରବିଏସକେ ଦଳ ରବିବାର ଡଙ୍ଗାପାଳର ଆମ୍ବତଇଲା ଗାଁରେ ପହଞ୍ଚି ଲୋକଙ୍କୁ ଭେଟି ସଚେତନ କରିଛନ୍ତି । କୁକୁର କାମୁଡା କେବେ ଡିଆଁ ରୋଗ ନୁହେଁ । କାହା ସହିତ ମିଶିଲେ, ହାତ ମିଳାଇଲେ, ପାଖରେ ବସିଲେ କିମ୍ବା ସାଥୀ ହୋଇ ଏକାଠି ବସି ଖାଇଲେ ମଧ୍ୟ ଏହା ଅନ୍ୟକୁ ସଂକ୍ରମିତ ହୋଇନଥାଏ । କଙ୍କଡ଼ାହାଡ଼ର ଉପାନ୍ତ ଆଦିବାସୀ ଗାଁ ଆମ୍ବତଇଲାରେ ୪୩ ଡିଗ୍ରୀ ତାପମାତ୍ରାକୁ ଖାତିର ନକରି ଆରବିଏସକେ ଦଳ ଆଦିବାସୀ ଲୋକଙ୍କ ଘର ଘର ବୁଲି ସଚେତନ କରିଥିଲେ । ଡାକ୍ତରଙ୍କଠାରୁ କୁକୁର କାମୁଡାଜନିତ ରୋଗ ସମ୍ପର୍କରେ ଜାଣିବା ପରେ ଆଦିବାସୀ ଲୋକଙ୍କ ମନରୁ ଭୟ ଦୂର ହୋଇଥିବାର ଜଣାଯାଇଛି ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories