www.samajalive.in
Saturday, December 13, 2025
26.1 C
Bhubaneswar

କଂଗ୍ରେସକୁ ବାହୁଡ଼ିଲେ ବାବୁଲି ମଣ୍ଡଳ

ଭବାନୀପାଟଣା: ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ଶେଷରେ ଚିତ୍ତରଞ୍ଜନ ମଣ୍ଡଳ ଓରଫ ବାବୁଲି କଂଗ୍ରେସକୁ ଫେରିଛନ୍ତି। ରବିବାର ନର୍ଲାରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ବାବୁଲି ନିଜର ବହୁ ସମର୍ଥକଙ୍କ ଗହଣରେ କଂଗ୍ରେସରେ ମିଶିଛନ୍ତି। ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ସେ କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ। ୨୦୧୯ ନିର୍ବାଚନରେ ନର୍ଲା ଆସନରେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ଚିତ୍ତରଂଜନ ୩୫ ହଜାରରୁ ଅଧିକ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ। ହେଲେ ପରେ ଭକ୍ତ ଦାସଙ୍କ ଏକାନ୍ତ ଅନୁଗତ ବାବୁଲି ହଠାତ୍ ବିଜେଡିରେ ଯୋଗଦେଇ ସମସ୍ତଙ୍କୁ ଆଚମ୍ବିତ କରିଥିଲେ। ବିଜେଡିରେ ତାଙ୍କୁ ରାଜ୍ୟ ସମ୍ପାଦକ ପଦବୀ ସହିତ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀ ସଭାପତି ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଚଳିତ ନିର୍ବାଚନରେ ତାଙ୍କୁ ନର୍ଲା ଆସନ ପାଇଁ ବିଜେଡି ଟିକେଟ ନ ମିଳିବାରୁ ବାବୁଲି ଦଳରୁ ଇସ୍ତଫା ଦେଇଥିଲେ। ଆଜି କଂଗ୍ରେସର ନର୍ଲା ପ୍ରାର୍ଥୀ ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଦଳର ଓଡ଼ିଶା ପ୍ରଭାରୀ ମିନାକ୍ଷୀ ନଟରାଜନ, କେନ୍ଦ୍ରୀୟ ସମ୍ପାଦକ ଶାହନୱାଜ ଚୌଧୁରୀ, ଲୋକସଭା ପ୍ରାର୍ଥୀ ଦ୍ରୌପଦୀ ମାଝୀ, ଲାଞ୍ଜିଗଡ ପ୍ରାର୍ଥୀ ବଳଭଦ୍ର ମାଝୀ, ପୂର୍ବତନ ନର୍ଲା ବ୍ଲକ୍ ଅଧ୍ୟକ୍ଷ ପବିତ୍ର କୁମାରଙ୍କ ସମେତ ବହୁ କଂଗ୍ରେସ ନେତା, କର୍ମୀ ଯୋଗଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories