www.samajalive.in
Monday, December 8, 2025
24.1 C
Bhubaneswar

ଭାରତ ଆସିବେ ନାହିଁ ଏଲନ ମସ୍କ: ଜାଣନ୍ତୁ କଣ କାରଣ

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଆସିବେ ନାହିଁ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତଙ୍କ ମଧ୍ୟରେ ଅନ୍ୟତମ ତଥା ଟେସଲା ସିଇଓ ଏଲନ ମସ୍କ। ତାଙ୍କ ଦୁଇ ଦିନିଆର ଭାରତ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି। ଏପ୍ରିଲ ୨୧ ଓ ୨୨ରେ ଏଲନ ମସ୍କ ଭାରତ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଥିଲା। ହେଲେ ଏହା ପୂର୍ବରୁ ସେ ନିଜ ଗସ୍ତକୁ ବାତିଲ କରିଛନ୍ତି। ଭାରତ ଗସ୍ତ ବାତିଲ ନେଇ ଏଲନ ମସ୍କ ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ‘ଟେସଲାର କିଛି କାର୍ଯ୍ୟ ହେତୁ ଦୁର୍ଭାଗ୍ୟବଶତଃ ଭାରତ ଗସ୍ତରେ ବିଳମ୍ବ କରିବାକୁ ପଡୁଛି। କିନ୍ତୁ ମୁଁ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ପରିଦର୍ଶନ କରିବାକୁ ନେଇ ଉତ୍ସାହିତ ଅଛି’।
ଗତ ସପ୍ତାହରେ ଭାରତ ଗସ୍ତ ନେଇ ଏଲନ ମସ୍କ ସୂଚନା ଦେଇଥିଲେ। ସେ ଭାରତ ଆସି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ ବୋଲି କହିଥିଲେ। ଏଲନ ମସ୍କ ଭାରତରେ ଏକ ଫ୍ୟାକ୍ଟ୍ରି ନିର୍ମାଣ ପାଇଁ ୨ରୁ ୩ ବିଲିୟନ ଡଲାରର ପୁଞ୍ଜି ବିନିଯୋଗ ଘୋଷଣା କରିବେ ବୋଲି ଆଶା କରାଯାଉଥିଲା।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories